‘ଆଧାର’ର ନୂଆ ମୋବାଇଲ ଆପ୍‌ ଶୁଭାରମ୍ଭ

ନୂଆଦିଲ୍ଲୀ: ଆଧାର ସଂବଂଧିତ ଡିଟେଲକୁ ଡାଉନଲୋଡ କରିବା ଲାଗି ୟୁଆଇଡିଏଆଇ ଏକ ନୂଆ ମୋବାଇଲ ଆପ ଶୁଭାରମ୍ଭ କରିଛି। ଏହି ଆପକୁ ‘ୟୁଆଇଡିଏଆଇ’ର ଡାଟାବେସରେ ପଂଜୀକୃତ ନମ୍ବରରେ ଗୁୁଗଲ ପ୍ଲେ ଷ୍ଟୋରରେ ଡାଉନଲୋଡ କରାଯାଇ ପାରିବ। ଏହି ଆପରେ କାର୍ଡଧାରକଙ୍କ ଆଧାର ନମ୍ବର, ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଫଟୋଗ୍ରାଫ ସଂବଂଧିତ ଡାଟା ରହିଥାଏ।

ୟୁଆଇଡିଏଆଇ ଟୁଇଟ କରିଛି ଯେ, ନିଜର ମୋବାଇଲ ଫୋନରୁ ଡାଉନଲୋଡ ‘ଏମଆଧାର’ର ପୁରୁଣା ସଂସ୍କରଣକୁ ଅନ୍‌ ଇଷ୍ଟଲ କରନ୍ତୁ। ନୂତନ ଏମଆଧାର ଆପକୁ ଡାଉନଲୋଡ କରି ଇଷ୍ଟଲ କରନ୍ତୁ।