ଦାୟିତ୍ୱ ନେଲେ ବାୟୁସେନାର ମୁଖ୍ୟ ଆରକେଏସ ଭଦୌରିଆ

ନୂଆଦିଲ୍ଲୀ:ବିଏସ ଧନୋଆ ସେବନିବୃତ୍ତ ହେବା ପରେ ଆଜି ଆରକେଏସ ଭଦୌରିଆ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଧନୋଆ ଦିଲ୍ଲୀ ସ୍ଥିତ ୟୁଦ୍ଧ ସ୍ମାରକୀରେ ପହଁଚିଥିଲେ । ସେଠାରେ ସେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଧନୋଆ ଏୟାର ଚିଫ ମାର୍ସାଲ ଅରୂପ ରାହାଙ୍କ ଅବସର ପରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଆରକେଏସ ଭଦୌରିଆ ୩୬ ରାଫେଲ ବିମାନ କିଣିବା କମିଟର ସଦସ୍ୟ ଥିଲେ । ସେ ଯେଉଁ ଯୁଦ୍ଧ ବିମାନକୁ ଉଡାଇଛନ୍ତି ସେଥିରେ ରାଫେଲ ମଧ୍ୟ ରହିଛି । ରାଫେଲ ଉଡାଇବା ପରେ ନିଜ ପ୍ରତିକ୍ରିୟା ଭଦୌରିଆ କହିଥିଲେ ଯେ ଏହା ବହୁତ ଭଲ ବିମାନ । ଏହା ଭାରତ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ୱିଗୁଣିତ ହେବ । ରାଫେଲ ଉଡାଇବାରେ ଆରକେଏସ ଭଦୌରିଆ ପ୍ରଥମ ଭାରତୀୟ ଅଧିକାରୀ  ଏବଂ ଫ୍ରାନ୍ସ ସହ ଏହି ଚୁକ୍ତି ସ୍ୱାକ୍ଷର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଆରକେଏସ ଭଦୌରିଆ ଏନଡିଏ ପୁନେର ଛାତ୍ର । ସେ ୪୨୫୦ରୁ ଅଧିକ ଘଣ୍ଟା ଉଡାଣ ଭରିଛନ୍ତି ଏବଂ ତାଙ୍କ ପାଖରେ ୨୬ ବିଭିନ୍ନ ପ୍ରକାର ଯୁଦ୍ଧ ବିମାନର ଅଭିଜ୍ଞତା ରହିଛି ।

ଭଦୌରିଆ ଦକ୍ଷିଣ କମାଣ୍ଡର ଭାବେ ମାର୍ଚ୍ଚ ୨୦୧୭ରୁ ଅଗଷ୍ଟ ୧୮ ପର‌୍ୟ୍ୟନ୍ତ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ସେ ଟ୍ରେନିଂ କମାଣ୍ଡର ଦାୟିତ୍ୱ ଚଳିତ ବର୍ଷ ପର‌୍ୟ୍ୟନ୍ତ ତୁଲାଇଥିଲେ । ଏହାପରେ ଚଳିତ ବର୍ଷ ମଇ ମାସରେ ଭାଇସ ଚିଫ ଅଫ ଦ’ ଏୟର ଷ୍ଟାଫକୁ ତାଙ୍କର ପଦୋନ୍ନତି ହୋଇଥିଲା ।

ନିଜର ୩୬ ବର୍ଷର ସେବାରେ ଆରକେଏସ ଭଦୌରିଆ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ଭଦୌରିଆ ଅତି ବିଶିଷ୍ଟ ସେବା ପଦକ, ବାୟୁସେନା ମେଡାଲ ଏବଂ ପରମ ବିଶିଷ୍ଟ ସେବା ପଦକ ସମ୍ମାନିତ ହୋଇଛନ୍ତି ।