ଦୋକାନ ଖୋଲିବା ନେଇ ନୂତନ ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଦୋକାନ ଖୋଲିବା ନେଇ ପୁଣି ଥରେ ସାନି ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ । କିଣା ବିକା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ନୋଟିସରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ। ଦୋକାନ ଖୋଲିବା ଓ ବନ୍ଦ କରିବା ସମୟ ଉଲ୍ଲଂଘନ କଲେ ଜୋରିମାନା ଆଦାୟ ହେବା ନେଇ ସୂଚନା ଦେଇଛି ପୋଲିସ।

ଏହା ସହ ସମସ୍ତ ଦୋକାନରେ ସାନିଟାଇଜର ରଖିବା ବାଧ୍ୟତାମୂଳକ । ହାଟ ଭିତରକୁ ପାନ, ଗୁଟଖା ଖାଇ ଯିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ, ନିୟମ ଉଲ୍ଲଂଘନକାରୀଙ୍କୁ ୫ ଶହ ଟଙ୍କା ଯାଏ ଜୋରିମାନା ଆଦାୟ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହି ସମସ୍ତ ନିୟମ ଆସନ୍ତା କାଲିଠାରୁ ଲାଗୁ ହେବ ବୋଲି କମିଶନରେଟ ପୋଲିସ ସ୍ପଷ୍ଟ କରିଛି।

ଏହା ଛଡା ପୋଲିସ ଦ୍ୱାରା ଜାରି କରାଯାଇଥିବା ଏହି ନିୟମକୁ କୌଣସି ଦୋକାନୀ ଉଲ୍ଲଂଘନକଲେ ଉକ୍ତ ଦୋକାନୀଙ୍କ ଲାଇସେନସ୍ ରଦ୍ଦ ହେବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି।