ଆସନ୍ତାକାଲି ଠାରୁ ରାଜ୍ୟରେ କ’ଣ ରହିଛି ଗାଇଡ୍ ଲାଇନ୍ ଜାଣନ୍ତୁ…..

ଭୁବନେଶ୍ୱର: ଲକ୍ ଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍। ରେଡ୍ ଜୋନ୍‌ରେ ମଲ୍, ମାର୍କେଟ କଂପଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ। ସାଇକେଲ୍ ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। କିଛି କଟକଣା ସହ ଚାଲିବ ଟାକ୍ସି ଓ କ୍ୟାବ୍। ଘରୋଇ କାରରେ ଡ୍ରାଇଭର ସହ ୨ ପାସେଞ୍ଜର ଯାଇପାରିବେ। ଦୁଇଚକିଆ ଯାନ ପଛରେ କାହାକୁ ଅନୁମତି ନାହିଁ।ଓଲା ଓ ଉବେରରେ ମେଡିକାଲକୁ ରୋଗୀ ଯିବାଆସିବା କରିପାରିବେ। ଜିଲ୍ଲା ଭିତରେ ଓ ବାହାରେ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ।

ରେଡ୍ ଜୋନ୍‌ରେ ସେଲୁନ, ସ୍ପା ମଧ୍ୟ ବନ୍ଦ ରହିବ। ସହରାଞ୍ଚଳରେ ଔଷଧ ଓ ଜରୁରୀ ସାମଗ୍ରୀ ଉତ୍ପାଦନକାରୀଙ୍କୁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପାଞ୍ଚଳକୁ ଅନୁମତି ଦିଆଯାଇଛି। ସ୍ଥାନୀୟ ଶ୍ରମିକଙ୍କୁ ନେଇ ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି।

ମାର୍କେଟ ଓ ମାର୍କେଟ କଂପ୍ଲେକ୍ସରେ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ। ସହରାଞ୍ଚଳରେ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଗୋଟିକିଆ, ଧାଡ଼ିକିଆ ଦୋକାନ ଖୋଲିବ। ଗ୍ରାମାଞ୍ଚଳରେ ମଲ୍ ବ୍ୟତୀତ ସବୁ ଦୋକାନ ଖୋଲିବ। ରେଡ୍ ଜୋନ୍‌ରେ ଜରୁରୀ ସାମଗ୍ରୀ ପାଇଁ ଇ କମର୍ସକୁ ଅନୁମତି ଦିଆଯାଇଛି। ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନ କାମ କରିପାରିବେ।

ଅରେଞ୍ଜ ଓ ଗ୍ରୀନ୍ ଜୋନ୍ରେ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିବ। ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ସବୁ ଜୋନ୍‌ରେ ବନ୍ଦ ରହିବ।କୌଣସି ଜୋନ୍‌ରେ ସିନେମା ହଲ୍, ଜିମ୍ନାସିୟମ, ସ୍ପୋର୍ଟସ କଂପଲେକ୍ସ ଖୋଲିବନି। ସୁଇମିଂ ପୁଲ୍, ପାର୍କ, ଥିଏଟର, ବାର୍, ଅଡିଟୋରିୟମ ମଧ୍ୟ ବନ୍ଦ ରହିବ। ଧର୍ମାନୁଷ୍ଠାନରେ ଧାର୍ମିକ ସମାବେଶକୁ କଡ଼ାକଡ଼ି ବାରଣ କରାଯାଇଛି। ଗ୍ରୀନ୍ ଜୋନ୍‌ରେ ଆନ୍ତଃ ରାଜ୍ୟ ମାଲବାହୀ ଗାଡ଼ି ଚଳାଚଳ କରିପାରିବ। ବିଶେଷ କାମ ନଥିଲେ ସଂଧ୍ୟା ୭ରୁ ସକାଳ ୭ ଯାଏଁ ଘରୁ ବାହାରିବା ମନା ରହିଛି।