ସାମ୍ବାଦିକମାନଙ୍କ ଲାଗି ଖୁସି ଖବର : ହାତ ଖୋଲି ଦେଲେ ସରକାର, ଘୋଷଣା ହେଲା ୮ ଯୋଜନା

ଭୁବନେଶ୍ବର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଖୁସି ଖବର । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ଲାଗି ଆଜି ଅନେକ ଯୋଜନା ଘୋଷଣା କରିଛନ୍ତି । ନୂଆ ଯୋଜନା କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କା । ଦୁର୍ଘଟଣାରେ ଅକ୍ଷମ ହେଲେ ମିଳିବ ୨ ଲକ୍ଷ ଟଙ୍କା ମିଳିବ। ଏହା ସହ ଘର,ଚାରି ଚକିଆ ଓ ଦୁଇ ଚକିଆ ଯାନ କିଣା ଉପରେ ଋଣରେ ୩ ପ୍ରତିଶତ ସୁଧ ଛାଡ କରିବେ ସରକାର ।ଏହା ଛଡା ସାମ୍ବାଦିକଙ୍କ ମୃତ୍ୟୁ ପରେ ସେମାଙ୍କ ପିଲାଙ୍କ ପଢାଖର୍ଚ୍ଚ ଲାଗି ବି ସହାଟତା ଦେବେ ସରକାର । ଆଜି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେିଛନ୍ତି ମୁଖ୍ୟମନ୍ତ୍ରୀ ।

ସାମ୍ବାଦିକ ମାନଙ୍କ ପାଇଁ ଖୁସି ଖବର । ସାମ୍ବାଦିକ ମାନଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ ଘୋଷଣା ।  ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଲାଗି ଅନେକ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକ ଓ ସେମାନଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଲାଗୁ କରିଥିବା  ରାଜ୍ୟ ସରକାର ଆଜି ପୁଣି ଅନେକ ସ୍କିମ ଆଣିଛନ୍ତି । କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଲାଗି ୪ ଲକ୍ଷ ଟଙ୍କାର ମତ୍ୟୁ କାଳିନ ସହାୟତା । ସ୍ବାସ୍ଥ୍ୟ ବୀମା ଥିବା ସାମ୍ବାଦିକଙ୍କର ୨ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲେ ସ୍ବାସ୍ଥ୍ୟଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଅନୁମତି କ୍ରମେ ଅଧିକ ସହାୟତା ଦେବା।  ଏହା ଛଡା ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ । ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହ ଛାଡ ପରିମାଣ ପ୍ରତିବର୍ଷ ପ୍ରଦାନ କରାଯିବ । ସେହିପରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ ଏବଂ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ ସୁବିଧା କରିଛନ୍ତି ରାଜ୍ୟ ସରକାର । ଅକ୍ଷମ ପାଲଟିଲେ ସାମ୍ବାଦିକ ମାନଙ୍କୁ ୨ ଲକ୍ଷ ସହାୟତା ମିଳିବ । ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପିଲାଙ୍କ ଲାଗି ମଧ୍ୟ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେମାନଙ୍କ ପିଲାଙ୍କୁ ଦଶମ ଶ୍ରେଣୀ ଯାଏ ପ୍ରତି ମାସରେ ମିଳିବ ୧୫ଶହ ଟଙ୍କା ଏବଂ ଉଚ୍ଚଶିକ୍ଷା ପାଇଁ ପ୍ରତି ମାସରେ ମିଳିବ ୨୫ଶହ ଟଙ୍କା । କାର୍ଯ୍ୟରତ ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ପାଇଁ କ୍ରାସକୋର୍ସ କଲେ ୧୦ ହଜାର ଟଙ୍କା ମିଳିବ ବୋଲି  ସରକାର ଘୋଷଣା କରିଛନ୍ତି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରିଥିବା ପରେ ଘୋଷଣା କରିଛନ୍ତି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା ।

ସାମ୍ବାଦିକ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେବାକୁ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ବିଭିନ୍ନ ସାମ୍ବାଦିକ ସଂଘ । ଏନେଇ ଆନ୍ଦୋଳନକୁ ମଧ୍ୟ ଓହ୍ଳାଥିଲେ । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ଦାବିକୁ ଦେଖି ପ୍ରଥମେ ସ୍ବାସ୍ଥ୍ୟ ବୀମା ଲାଗୁ କରିବା ସହ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ଏହାକୁ ସାମ୍ହାଦିକ ସଂଘ ମାନଙ୍କ ପକ୍ଷରୁ ସ୍ବାଗତ କରାଯିବା ସହ ସରକାର ସାମ୍ବାଦିକ ମାନଙ୍କ ଲାଗି ପେନସନ କରିବା ଉଚିତ ବୋଲି ମତ ରଖିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୩ହଜାର ୨୩୩ ଜଣ ସାମ୍ବାଦିକ ଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାଙ୍କୁ ଓ ସେମାନଙ୍କ ପରିବାରକୁ ସ୍ବାସ୍ଥ୍ୟବୀମା କରିଛନ୍ତି ରାଜ୍ୟ ସରକାର । ୨୦୧୮ ଜୁନ୍ ପହିଲାଠୁ ଏହା କାର୍ଯ୍ୟକାରୀ ହୋଇଛି । ଯେଉଁ ମାନେ ଏହି ତାଲିକାରୁ ବାଦ ପଡିଛନ୍ତି ସେମାନଙ୍କୁ ତାଲିକାରେ ଅନ୍ତଭୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର ।