୫ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ, ଆରିଫ୍ ମହମ୍ମଦ କେରଳର ରାଜ୍ୟପାଳ

ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ୫ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ହିମାଚଳ ପ୍ରଦେଶ ରାଜ୍ୟପାଳ ଥିବା କାଲରାଜ ମିଶ୍ରଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ବଦଳି କରାଯାଇଛି । ମହାରାଷ୍ଟ୍ର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଭଗତ ସିଂହ କୋଷ୍ୟାରୀ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ବ ମିଳିଛି । ଆରିଫ ମହମ୍ମଦ ଖାନ୍ ଙ୍କୁ କେରଳ ଓ ତାମିଲସାଇ ସୌନ୍ଦରରାଜନଙ୍କୁ ତେଲେଙ୍ଗାନା ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।