ସୁନୀଲ ସେଟ୍ଟୀଙ୍କ ଲାଡଲୀଙ୍କ ହାତରେ ନୂଆ ଫିଲ୍ମ

ମୁମ୍ବାଇ: ବି-ଟାଉନ ଆନ୍ନା ସୁନୀଲ ସେଟ୍ଟୀଙ୍କ ଲାଡଲୀ ଅଥିୟା ସେଟ୍ଟୀ ଶେଷଥ ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ଫିଲ୍ମ ‘ମୋତିଚୁର ଚକନାଚୁର’ ଫିଲ୍ମରେ ନଜର ଆସିଥିଲେ। ଏବେ ତାଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ଯାଉଛନ୍ତି ଫ୍ୟାନ୍ସ। ତାଙ୍କୁ ନିଜ ଫିଲ୍ମରେ କାମ ଦେବାକୁ ଯାଉଛନ୍ତି ଫେମସ ଅଭିନେତା ଗୁଲଶନ ଗ୍ରୋଭରଙ୍କ ପୁଅ ସଞ୍ଜୟ ଗ୍ରୋଭର। ଯିଏ ଜଲଦି ଏକ ଫିଲ୍ମ ନିର୍ମାଣ କରିବେ।

new film offer athiya setty

ସଞ୍ଜୟ କଶ୍ମୀରର ଜଣେ ଫୁଟବଲ ଖେଳାଳିଙ୍କ ବାୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅଥିୟା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ। ହେଲେ ଏଯାବତ ଫିଲ୍ମକୁ ନେଇ ଅଧିକ ସୂଚନା ସାମ୍ନାକୁ ଆସିନାହିଁ ।

ପ୍ରକାଶ ଥାଉକି ଅଥିୟା ସୁପରଷ୍ଟାର ସଲମାନ ଖାନଙ୍କ ନିର୍ମିତ ଫିଲ୍ମ ‘ହିରୋ’ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ । ଫିଲ୍ମଟି ୨୦୧୫ରେ ରିଲିଜ ହୋଇଥିଲା ।