କାଶରୁ ଜଣାପଡିବ କରୋନା ପଜିଟିଭ

ଭୁବନେଶ୍ୱର : କାଶରୁ ଜଣାପଡ଼ିପାରେ କରୋନା ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି । ନିପି ଓ ଆରଏମଆରସି ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି । ଭୁବନେଶ୍ୱର ଆରଏମଆରସି ର ନିର୍ଦ୍ଦେଶିକା ସଂଘମିତ୍ରା ପତି ନିପି ପକ୍ଷରୁ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡ଼ିଓ ରେକର୍ଡ କରିବେ। ଏହାର ପରୀକ୍ଷା କରାଯିବ। କାଶର ଶବ୍ଦରୁ ଜଣାପଡ଼ିବ ସଂପୃକ୍ତ ରୋଗୀଙ୍କୁ କରୋନା ହୋଇଛି କି ନାହିଁ । ସଂଘମିତ୍ରା ପତି କହିଛନ୍ତି, ରାଜ୍ୟରେ ଏବେ ଟେଷ୍ଟିଂ ଅଧିକ ହେଉଛି, ଟ୍ରେସ୍ କରାଯାଉଛି। ତେଣୁ ପଜିଟିଭ ସଂଖ୍ୟା ଅଧିକ ବଢୁଛି।