ବଦଳିଲା ଅଗ୍ନିଶମ କର୍ମଚାରୀଙ୍କ ଡ୍ରେସ୍ କୋର୍ଡ

ଭୁବନେଶ୍ୱର:ଏଣିକି ବଦଳିବ ରାଜ୍ୟ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ପାଇଁ ଡ୍ରେସ କୋର୍ଡ । ନିଆଁ ଲିଭା ଡ୍ୟୁଟି ଥିବା ବେଳେ ବର୍ତମାନର ପୋଷାକ ପିନ୍ଧିବେ ଓ ଅନ୍ୟବେଳେ ଭିନ୍ନ ଡ୍ରେସ ପିନ୍ଧିବେ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ଏବେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା ସମୟରେ ଯେଉଁ ପୋଷାକ ପିନ୍ଧୁଛନ୍ତି ତାହାକୁ ପିନ୍ଧିବେ । ଅନ୍ୟ ସମୟରେ ସେମାନେ ଭିନ୍ନ ଡ୍ରେସ ପରିଧାନ କରିବେ । ଏହି ସମୟରେ ସେମାନେ ନାଲି ଟ୍ରାକ ପ୍ୟାଂଟ୍ ଓ ହଳଦିଆ ଟି ସାର୍ଟ ପିନ୍ଧିବେ ।

ଦୀର୍ଘଦିନ ହେବ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଡ୍ରେସ କୋର୍ଡ ବଦଳାଇବା ପାଇଁ ଅନୁରୋଧ କରି ଆସୁଥିଲେ । ସେମାନଙ୍କ ଡ୍ରେସ କୋର୍ଡ ପୋଲିସ ଡ୍ରେସ କୋର୍ଡ ଭଳି ଥିବାରୁ ଉଭୟଙ୍କୁ ଚିହ୍ନିବାରେ କେତେକାଂଶରେ ଦ୍ୱିଧା ସୃଷ୍ଟି ହେଉଥିବା ସେମାନେ କହୁଥିଲେ ।