ସେପ୍ଟେମ୍ବରର କରୋନା ଗାଇଡ୍‌ଲାଇନ୍‌ : ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍

ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଯାଏଁ ରହିବ

ଭୁବନେଶ୍ଵର  : ଆସିଲା ସେପ୍ଟେମ୍ବର ମାସର କରୋନା ଗାଇଡ୍‌ଲାଇନ୍‌। ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରତିଶତରୁ କମ ରହିଛି। ତେଣୁ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ଗାଇଡ୍‌ଲାଇନ୍‌ରେ କୋହଳ କରିଛନ୍ତି। ନୂତନ ଗାଇଡ୍‌ଲାଇନ୍ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥର ଦୋକାନ ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ।

ସେପ୍ଟେମ୍ୱର ମାସ ପାଇଁ କୋଭିଡ ଗାଇଡଲାଇନ୍ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଅକ୍ଟୋବାର ପହିଲା ସକାଳ ୬ ଘଣ୍ଟା ଯାଏଁ ବଳବତ୍ତର ରହିବ ଏହି କଟକଣା । ନୂଆ ଗାଇଡଲାଇନ୍ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍ । ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଯାଏଁ ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବକୁ ଗାଇଡଲାଇନ୍‌ରେ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଅନୁଯାୟୀ ଚାଲିପାରିବ । ବାହାଘର , ବ୍ରତଘର ଓ ଶେଷକୃତ୍ୟ ଆଦି କ୍ଷେତ୍ରରେ ୨୫୦ ଜଣ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇପାରିବ । କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ । ଏହାର ଉଲ୍ଲଘଂନ କରିବା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚିତ କରାଯିବ । ବିବାହ ଶୋଭାଯାତ୍ରାରେ ୫୦ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ ।

– ୩ ଜିଲ୍ଲା କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌
– ଏବେ ନାଇଟ୍ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ।
– ମଲ୍‌, ମାର୍କେଟ୍ , ବଜାର ରାତି ୧୦ ଯାଏଁ ଖୋଲିବ
– ବାହାଘର ଓ ବ୍ରତଘରରେ ୨୫୦ ଜଣ ସାମିଲ୍ ହୋଇ ପାରିବେ।
– ବିବାହ ଶୋଭାଯାତ୍ରାକୁ ଅନୁମତି। ସାମିଲ ହୋଇ ପାରିବେ ୫୦ ଜଣ।
– ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇପାରିବେ ୨୫୦ ଲୋକ।
– ପୂର୍ଣ୍ଣ କ୍ଷମତାରେ ଚାଲିବ ସିନେମାହଲ୍ ଓ ଥିଏଟର।
– ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ପୂର୍ବପରି ରହିବ।
– ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ।
– ମେଳା ପ୍ରଦର୍ଶନୀ ବାଣିଜ୍ୟିକ ମେଳାକୁ ମଧ୍ୟ ଅନୁମତି ମିଳିନାହିଁ।
– ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର ରହିବ।
– ପୂଜା ପାର୍ବଣରେ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍
– ପୂଜା ପାର୍ବଣରେ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ ନିୟମ।
– ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର।
– ଅକ୍ଟୋବର ପହିଲା ଯାଏଁ ଏହି ଗାଇଡ୍‌ଲାଇନ୍ ବଳବତ୍ତର ରହିବ।
– ସମସ୍ତ ମ୍ୟୁଜୟମ ଓ ପାଠାଗାର କୋଭିଡ୍ ନିୟମ ମାନି ଖୋଲିବ।
– ପ୍ରେକ୍ଷାଳୟ ଓ ଅଡିଟୋରିୟମରେ ଗାଇଡ୍‌ଲାଇନ୍ ମାନି ମିଟିଂ ହୋଇ ପାରିବ।