ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ କୁ ବୃଦ୍ଧି ପାଇଛି । ଆଜି ଆଉ ୨ ଜଣ ଆକ୍ରାନ୍ତ ଏହି ଜିଲ୍ଲାରେ ଚିହ୍ନଟ ହୋଇଥିଲେ | ଆଜି ଏପର୍ଯ୍ୟନ୍ତ ୩ ଜଣ ଚିହ୍ନଟ ହେଲେଣି | ଫଳରେ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ କୁ ଛୁଇଁଛି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହ କରାଯାଉଛି ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ୧୭୫ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହେଲେଣି । ଜଣଙ୍କର ମୃତ୍ୟୁ ହୋଇଥିଲାେବେଳ ୧୧୪ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।
Next Post