ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭଦ୍ରକ ଜିଲ୍ଲାର ୩୩ ବର୍ଷୀୟ ପୁରୁଷ ବ୍ୟକ୍ତି । ସେ ମଧ୍ୟ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୪୬ରେ ପହଂଚିଛି । ତେବେ ପୂର୍ବରୁ ଭଦ୍ରକରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ମଧ୍ୟ ସୁରତ ଫେରନ୍ତା ବୋଲି ସୂଚନା ମିଳିଥିଲା ।