ବାଲେଶ୍ୱରରୁ ଆଉ ଜଣେ କରୋନା ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେ ବାଲେଶ୍ୱରରୁ ବୋଲି ଜଣାପଡିଛି । ଏହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୮ରେ ପହଂଚିଛି ।