ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ରଫିକ୍

ଭୁବନେଶ୍ୱର: ଆଜିି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମଦ ରଫିକ  । ୩୧ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ରଫିକ୍ । ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଲୋକସେବା ଭବନରେ ସ୍ୱତନ୍ତ୍ର ଉତ୍ସବରେ ସେ ଶପଥ ନେଇଛନ୍ତି । ଶପଥ ଉତ୍ସବରେ ମୁଖ୍ୟ ଶାସନ ସଚିବ , ପୁଲିସ ହିଜି ଓ ବିରୋଧୀ ଦଳ ନେତା ଉପସ୍ଥିତି ଥିଲେ। ମେଘାଳୟ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ଜଷ୍ଟିସ ରଫିକ୍‌ଙ୍କ ବଦଳି ହୋଇଛି । ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ୍‌. ଝାଭେରୀଙ୍କ ଅବସର ପରେ ଜଷ୍ଟିସ ସଞ୍ଜୁ ପଣ୍ଡା ଜାନୁଆରୀ ୫ ତାରିଖରୁ ଓଡ଼ିଶା ହାଇକୋର୍ଟଙ୍କ କାର‌୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଜଷ୍ଟିସ ରଫିକ୍ ୧୯୮୪ ମସିହାରେ ରାଜସ୍ଥାନ ବାରରେ ଓକିଲ ଭାବରେ ଅଭ୍ୟାସ ଆରମ୍ଭ କରିଥିଲେ । ୨୦୦୬ ମସିହା ମେ’ ୧୫ ତାରିଖରେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବରେ ତାଙ୍କୁ ମିଳିଥିଲା ନିଯୁକ୍ତି । ଏହାସହ ରାଜସ୍ଥାନ ହାଇକୋର୍ଟରେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ୨୦୧୯ ନଭେମ୍ବର ୧୩ ତାରିଖରେ ମେଘାଳୟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।