ବିଜେଡିରେ ନୂଆ ନିଯୁକ୍ତି

ଭୁବନେଶ୍ୱର: ଗୋଟିଏ ପଟେ ଦଳକୁ ଜିତାଇବା ପାଇଁ ବିଜେଡି ପକ୍ଷରୁ ଜୋରସୋରରେ ମାରାଥନ୍ ପ୍ରଚାର ଚାଲିଛି । ଏହି ମଧ୍ୟରେ ବିଜେଡିରେ ନୂଆ ନିଯୁକ୍ତି ହୋଇଥିବା ଦେଖିବାକୁ ମିଳିଛି । ସଞ୍ଜୟ ବାବୁ ଓ ସନ୍ତୋଷ ଜେନାଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି । ସେହିଭଳି ସନ୍ତୋଷ କୁମାର ଲେଙ୍କାଙ୍କୁ ମିଡିଆ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି କରାଯାଇଛି ।