ଏୟାର ଫୋର୍ସର ସ୍ୱତନ୍ତ୍ର ବିମାନରେ ଯାତ୍ରା କରିବେ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ ଏୟାର ଇଣ୍ଡିଆ ପରିବର୍ତେ ଭାରତୀୟ ବାୟୁସେନାର ବିଶେଷ ବିମାନରେ ଗସ୍ତ କରିବେ । ଏହି ବିମାନ ଉପରେ କୌଣସୀ ମିସାଇଲର ପ୍ରଭାବ ପଡିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ମିଳିବାକୁ ଥିବା ଏହି ବିମାନ ଜୁନ...

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ ଏୟାର ଇଣ୍ଡିଆ ପରିବର୍ତେ ଭାରତୀୟ ବାୟୁସେନାର ବିଶେଷ ବିମାନରେ ଗସ୍ତ କରିବେ । ଏହି ବିମାନ ଉପରେ କୌଣସୀ ମିସାଇଲର ପ୍ରଭାବ ପଡିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ମିଳିବାକୁ ଥିବା ଏହି ବିମାନ ଜୁନ ୨୦୨୦ ସୁଧା ଭାରତରେ ପହଁଚିବ । କାରଣ ଦୀର୍ଘ ସମୟ ଧରି ଯାତ୍ରା କରୁଥିବା ବୋଇଂ ୭୭୭-୩୦୦ ଇଆର ବିମାନ ଏୟାର ଇଣ୍ଡିଆରେ ସାମିଲ ନହୋଇ ଭାରତୀୟ ବାୟୁସେନାରେ ସାମିଲ ହେବ ।

ହିନ୍ଦୁସ୍ଥାନ ଟାଇମ୍ସର ଖବର ଅନୁସାରେ ଏହି ନୂତନ ବିମାନରେ ମିସାଇଲ ପ୍ରତିରୋଧକ ବ୍ୟବସ୍ଥା ରହିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭୪୭-୨୦୦ବି ବିମାନକୁ ବ୍ୟବହାର କରିଥାନ୍ତି । ଏହାପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ବୋଇଂ ୭୭୭-୩୦୦ଇଆର ବିମାନ ଆଣିବା ପ୍ରକ୍ରିୟା ବୃଦ୍ଧି ପାଇଛି । ଏହି ବିମାନକୁ ଏୟାର ଇଣ୍ଡିଆ ପରିବର୍ତେ ଭାରତୀୟ ବାୟୁସେନାର ନିୟନ୍ତ୍ରଣରେ ରଖାଯିବ । କେବଳ ୭୭୭ ବିମାନକୁ ଆଣୁଥିବା ଏଜେନ୍ସି ଉପରେ ନିଷ୍ପତି ନେବା ବାକି ରହିଛି । ଯଦି ସବୁ ଠିକ ଚାଲେ ତେବେ ପ୍ରଧାନମନ୍ତ୍ରୀଙ୍କ ବିମାନର କଲ୍ ସାଇନ୍ ମଧ୍ୟ ଏୟାର ଇଣ୍ଡିଆ ୱାନରୁ ଏୟାର ଫୋର୍ସ ୱାନକୁ ପରିବର୍ତିତ ହୋଇଯିବ ।

ଦୁଇଟି ବିମାନ ଆଣିବାର ମୁଖ୍ୟ ଲକ୍ଷ୍ୟ ଏହାକୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପାଇଁ ବ୍ୟବହାର କରାଯିବ । ଏବେ ଏହି ବ୍ୟକ୍ତିମାନେ ବୋଇଂ ୭୪୭ ବିମାନକୁ ବ୍ୟବହାର କରୁଛନ୍ତି । ଏହି ନୂଆ ବିମାନ ଥରେ ଇନ୍ଧନ ଭରିବା ପରେ ନ ରହି ସିଧା ଭାରତକୁ ଆମେରିକା ଅଭିମୁଖେ ଯାତ୍ରା କରିପାରିବ ।

Spread the love
Categories
ଦେଶ-ବିଦେଶ

RELATED BY