ଆଉ ୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୪ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହି ୪ ଜଣଙ୍କୁ ମିଶାଇ କରୋନା ପଜିଟିଭଙ୍କ ସଂଖ୍ୟା ୮୭ରେ ପହଂଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇସାରିଛନ୍ତି । ଆଜି ଚିହ୍ନଟ ହୋଇଥିବା ୪ ଜଣ ଯାଜପୁର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଜିଲ୍ଲାୱାରୀ ମାନଚିତ୍ରରୁ ସୂଚନା ମିଳିଛି।