୩ କରୋନା ଭଦ୍ରକ ଜିଲ୍ଲାର, ରହିଛି ପଶ୍ଚିମବଙ୍ଗର ଲିଙ୍କ

ଭୁବନେଶ୍ୱର : ଆଜି ସକାଳେ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ବାସୁଦେବପୁର ବ୍ଲକର ଓ ପୂର୍ବରୁ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସହ ଏମାନେ ଗୋଟିଏ ଗାଡ଼ିରେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ମିଳିଛି। ଏହାଫଳରେ ଜିଲ୍ଲାର ବାସୁଦେବପୁର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଂଚିଛି। ଆଜି ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନ।

ଅନ୍ୟପକ୍ଷରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୨୨ ତାରିଖ ସକାଳେ ଘୋଷିତ ୩ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଜାରି କରାଯାଇଛି। ଏହି ତିନି ଜଣ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି। ପୂର୍ବରୁ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସହ ଏମାନେ ଗୋଟିଏ ଗାଡ଼ିରେ କୋଲକାତାରୁ ଫେରିଥିଲେ। ଏହି ୩ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୦, ୫୫ ଓ ୩୫ ବର୍ଷ ବୋଲି ସୂଚନା ରହିଛି। ନୂତନ ଆକ୍ରାନ୍ତଙ୍କୁ ରାଜ୍ୟରେ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଂଚିଛି।