ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତ ଦୁଇଜଣ ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍ ବଡ଼ବନ୍ଧ ଅଂଚଳରେ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ରେ ଥିଲେ । ଉଭୟ ସୁରତ ଫେରନ୍ତା । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୦କୁ ବୃଦ୍ଧି ପାଇଛି।