ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକ ଜାତୀୟ ସ୍ମାରକୀ କମିଟି ଗଠନକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ

ଭୁବନେଶ୍ୱର :ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ  ପାଳନ ପାଇଁ ଗଠିତ କମିଟିରେ ଓଡିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଅଛନ୍ତି ।  କମିଟିରେ ସର୍ବଭାରତୀୟ ସ୍ତରରୁ ୮୫ ଜଣ ଥିବା ବେଳେ ଓଡ଼ିଶାରୁ ମାତ୍ର ୩ ଜଣ ଅଛନ୍ତି। କମିଟିରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଯାହାକୁ ନେଇ ପ୍ରଶ୍ନ ଯୋର ଧରିଛି ରାଜନୀତି। ସେପଟେ ନେତାଜୀ ଓଡିଶାରେ ଜ୍ମନ ହୋଇଥିଲେ ବି ରାଜ୍ୟରେ ତାଙ୍କ ଜୟନ୍ତୀଙ୍କୁ ନେଇ ତତ୍ପରତା ପ୍ରକାଶ ନପାଇବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକ ଜାତୀୟ ସ୍ମାରକୀ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କଟକ ସାଂସଦ ଭତ୍ତୃହରି ମହତାବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ସଦସ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଭାରତୀୟ ସ୍ତରରେ ୮୫ ଜଣଙ୍କୁ ନେଇ ଗଠିତ କମିଟିରେ ପଶ୍ଚିମବଙ୍ଗରୁ ୨୬ ଜଣ ଓ ଓଡିଶାରୁ ୩ ଜଣ ସଦସ୍ୟ ଅଛନ୍ତି । ଓଡ଼ିଶାର ଏହି ବୀରପୁତ୍ରଙ୍କ  ଜୟନ୍ତୀ ପାଇଁ ଗଠିତ କମିଟିରେ ରାଜ୍ୟରୁ ମାତ୍ର ୩ ଜଣଙ୍କୁ ସ୍ଥାନ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କେନ୍ଦ୍ରର ଏହା ଏକ ଚାଲ ବୋଲି କହିଛି କଂଗ୍ରେସ । ଓଡ଼ିଶାରୁ ୨୫ ଜଣଙ୍କୁ ଏହି କମିଟିରେ ସାମିଲ କରିବାକୁ ରାଜ୍ୟସରକାର  ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇବା ଦରକାର ବୋଲି କହିଛି କଂଗ୍ରେସ ।

ନେତାଜୀଙ୍କ ଜନ୍ମଦିନ ଜାନୁଆରୀ ୨୩ରୁ ବର୍ଷେ ବ୍ୟାପି ଜନ୍ମ ମୋହତ୍ସବ ଦେଶ ବିଦେଶରେ ଆୟୋଜନ ହେବ । ହେଲେ ତା ପୂର୍ବରୁ କମିଟି ଗଠନକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । କଂଗ୍ରେସ କମିଟିକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ବିଜେପି ଓ ବିଜେଡି ଜବାବ ରଖିଛନ୍ତି । ବିଜେପି କହିଛି ଯେ ନେତାଜୀଙ୍କ ଦେହାନ୍ତର ସବୁ ତଥ୍ୟ କଂଗ୍ରେସ ଅମଳରେ ଲୁଚାଯାଇଥିଲା। ନେତାଜୀଙ୍କୁ ଯେଉଁ ସମ୍ମାନ ମିଳିବା କଥା ତାହା ପୂର୍ବରୁ ମିଳୁନଥିଲା । ତେଣୁ ନେତାଜୀଙ୍କ ପ୍ରସଙ୍ଗରେ କଂଗ୍ରେସ କହିବାର କୌଣସି ନୈତିକ ଅଧିକାର ନାହିଁ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ନେତାଜୀଙ୍କୁ ସମ୍ମାନ ମିଳିବା ଆରମ୍ଭ ହୋଇଛି । ସେପଟେ କମିଟିରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ଜଣସ୍ଥାନ ମିଳିବାକୁ  ସ୍ବାଗତ କରିଛି ବିଜେଡି ।

ଜାୟୀୟ କମିଟିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା, ଡ. ମନମୋହନ ସିଂହ, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ଦେଶର ବିଶିଷ୍ଟ ସାହିତ୍ୟିକ, କ୍ରାଡାବିତ, କଳାକାର ଏବଂ ଐତିହାସିକ ମାନେ ସଦସ୍ୟ ଅଛନ୍ତି ।