ନେପାଳର ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ କରୋନା

କାଠମାଣ୍ଡୁ : କରୋନାରେ ସଂକ୍ରମିତ ହେଲେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଓ ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସୁରକ୍ଷାରେ ନିୟୋଜିତ ରହୁଥିବା ୭୬ଜଣ ଯବାନ ମଧ୍ୟ କରୋନା କବଳରେ ଆସିଥିବାର ଜଣାଯାଇଛି ।

ନେପାଳ ସରକାରଙ୍କ ସମାଚାର ଏଜେନ୍ସି ଦ୍ୱାରା ମିଳିଥିବା ସୂଚନା ଅନୁସାରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆବାସ ଏବେ ସମ୍ପୂର୍ଣ୍ଣ ରୂପେ କରୋନା କବଳରେ କବଳିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆବାସକୁ ସମ୍ପୂର୍ଣ୍ଣ ଖାଲି କରାଯାଇ ସାନିଟାଇଜ୍‌ କରାଯାଉଛି ।

ନିକଟରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବ୍ୟକ୍ତିଗତ ଡାକ୍ତର ଡ. ଦିବ୍ୟା ଶାହ କରୋନା ସଂକ୍ରମିତ ରୂପେ ଚିହ୍ନଟ ହୋଇଥିଲେ । ଏଡାପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଓଲିଙ୍କ ସୁରକ୍ଷାରେ ରହିଥିବା ନେପାଳୀ ସେନାଙ୍କ ୨୮ ଜଣ କମାଣ୍ଡୋ, ନେପାଳ ପୋଲିସ୍‌ର ୧୯ ଜଣ ଅଧିକାରୀ, ସଶସ୍ତ୍ର ପ୍ରହରୀ ବଳର ୨୭ ଜଣ ଅଧିକାର ଓ ଗୁଇନ୍ଦା ବିଭାଗର ୨ ଅଧିକାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପରିବର୍ତ୍ତନ କରାଯାଇଛି ।

ସୂଚନାଯୋଗ୍ୟ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।