ପୁଣିଥରେ ପ୍ରେମରେ ଧୋକା ଖାଇଲେ ନେହା

ମୁମ୍ବାଇ: ଫେମସ ଗାୟିକା ନେହା କକ୍କର ଲକଡାଉନ ସମୟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ସରପ୍ରାଇଜ। ଯାହାକୁ ନେଇ ଖୁସି ଫ୍ୟାନ୍ସ। ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ନେହା ନିଜ ନୂଆ ଗୀତ ‘ଜିନକେ ଲିଏ’ ରିଲିଜ କରିଦେଇଛନ୍ତି। ଗୀତରେ ନେହାଙ୍କ ସହ ନଜର ଆସୁଛନ୍ତି ଜାନି। ଗୀତଟି ପ୍ରେମରେ ମିଳୁଥିବା ଧୋକାକୁ ନେଇ ଆଧାରିତ। ଗୀତରେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେଇଛି ଦର୍ଶକଙ୍କୁ ନେହାଙ୍କ ସୁସାଇଡ।

ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି । ‘ଜିନେକେ ଲିଏ’ ଗୀତରେ ମ୍ୟୁଜିକର ତଡକା ଦେଇଛନ୍ତି ବି ପ୍ରାକ। ସେହିପରି ଗୀତଟିକୁ ନେହା ଗାଇଥିବା ବେଳେ ଜାନି ଏହାର ଲିରିକ୍ସ ଲେଖିବା ସହ କମ୍ପୋଜ ମଧ୍ୟ କରିଛନ୍ତି।

ପ୍ରକାଶ ଥାଉକି ଜାନିଙ୍କ ଏହି ଆଲବମରେ ୭ଟି ଗୀତ ଶୁଣିବାକୁ ମିଳିବ। ନେହାଙ୍କ ଏହି ଗୀତଟି ୨ୟ ଗୀତ। ସେହିପରି ଏହାର ପ୍ରଥମ ଗୀତ ଅଭିନେତା ବିକ୍କୀ କୌଶଲ ଓ ନୋରା ଫତେହୀଙ୍କ ନେଇ ଅଭିନୀତ ‘ପଶ୍ଚତାଓଗେ’ ଥିଲା । ଯାହା ସୁପରହିଟ୍ ହୋଇଥିଲା ।