ଜୁଲାଇ ୨୬ରେ ହେବ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଜୁଲାଇ ୨୬ରେ ହେବ ନିଟ୍ ପରୀକ୍ଷା । ଏହା ସହିତ ମିଳିତ ପ୍ରବେଶିକା ପରୀକ୍ଷା  ଜେଇଇ ମେନ୍ସ ପରୀକ୍ଷା ୧୮ ଜୁଲାଇରୁ ୨୩ ଜୁଲାଇ ମଧ୍ୟରେ ହେବ ଏବଂ ଜେଇଇ ଆଡଭାନ୍ସ ପରୀକ୍ଷା ବର୍ତମାନ ଅଗଷ୍ଟରେ ଅନୁଷ୍ଠିତ ହେବ । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

ଟୁଇଟରରେ #EducationMinisterGoesLive ହ୍ୟାସଟ୍ୟାଗ୍ ସହିତ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ସେମାନଙ୍କ ପ୍ରଶ୍ନ ପଚାରିଥିଲେ । ଏହି ସମୟରେ ବିଭିନ୍ନ ଛାତ୍ରମାନେ ପଚାରିଥିବା ପ୍ରଶ୍ନରେ ସେ କହିଛନ୍ତି ଯେ ଏଭଳି ଦିନେ ସମୟ ଆସିବ ବୋଲି ସମଗ୍ର ବିଶ୍ୱ ଭାବି ନଥିଲେ ଯେ ଏହି ପରିସ୍ଥିତି ଦେଇ ଗତି କରିବାକୁ ପଡିବ। ଭାରତ ସରକାରଙ୍କ ସମୟରେ ନିଆଯାଇଥିବା ନିଷ୍ପତିକୁ ସେ ପ୍ରଶଂସା କରିଛନ୍ତି। ଏହା ପରେ ସେ ମେଡିକାଲ ଇନଷ୍ଟିଚ୍ୟୁଟରେ ଆଡମିଶନ ଏବଂ ଇଞ୍ଜିନିୟରିଂ ପାଇଁ ଜେଇଇ ମେନ୍ସ ପରୀକ୍ଷାରେ ନିଟ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଥିଲେ।