ଏସିଆନ ଗେମ୍ସ : ଜାଭେଲିନରେ ରେକର୍ଡ ସହ ନୀରଜଙ୍କୁ ସ୍ୱର୍ଣ୍ଣ

ଜାକର୍ତା : ନୀରଜ ଚୋପ୍ରା ରେକର୍ଡ ସହ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ସୋମବାର ଅନୁଷ୍ଠିତ ପୁରୁଷ ଜାଭେଲିନ ଇଭେଣ୍ଟ ରେ ସେ ୮୮.୦୬ ମିଟରକୁ ଜାଭେଲିନ ଫିଙ୍ଗି ନ୍ୟାସନାଲ ରେକର୍ଡ କରିବା ସହ ଭାରତ ଲାଗି ଚଳିତ ଏସିଆନ ଗେମ୍ସରେ ଅଷ୍ଟମ ସ୍ୱର୍ଣ୍ଣ ପଦକ ଜିତିବାରେ ସମର୍ଥ ହୋଇଛନ୍ତି । ତାଙ୍କ ବ୍ୟତୀତ ପ୍ରତିଯୋଗିତାର ନବମ ଦିନରେ ଭାରତକୁ ଆଉ ୩ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି ।

ମହିଳା ହାଇଜମ୍ପରେ ନୀନା ଭରାକିଲ, ମହିଳା ୩ ହଜାର ମିଟର ିପଲଚେଜ୍ରେ ସୁଧା ସିଂ ଏବଂ ପୁରୁଷ ହର୍ଡଲ୍ସରେ ଧରୁନ ଆୟାସାମୀ ରୌପ୍ୟ ପଦକ ପାଇଛନ୍ତି । ସେହିପରି ବ୍ୟାଡ଼ମିଣ୍ଟନରେ ମହିଳା ବିଭାଗରେ ସାଇନା ନେହ୍ୱାଲ ପ୍ରଥମ ଭାରତୀୟ ଭାବେ ପଦକ (ବ୍ରୋଞ୍ଜ୍) ଜିତିବାରେ ସମର୍ଥ ହୋଇଛନ୍ତି । ଏହି ବିଭାଗରେ ପିଭି ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲାବେଳେ ଅତିକମରେ ଆଉ ଏକ ରୌପ୍ୟ ପଦକ ଜିତିବା ସ୍ପଷ୍ଟ ହୋଇଛି । ମହିଳା ୪୦୦ ମିଟର ହର୍ଡଲ୍ସରେ ଭାରତର ଦୁଇ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ୫ମ ସ୍ଥାନରେ ରହି ପଦକ ଜିତିପାରି ନାହାନ୍ତି । ମହିଳା ହକି ଦଳ କ୍ରମାଗତ ୫ମ ବିଜୟ ହାସଲ କରିଥିଲାବେଳେ ଆସନ୍ତା ୨୯ରେ ହେବାକୁ ଥିବା ସେମିଫାଇନାଲରେ ଚୀନକୁ ଭେଟିବ ।

ସେହିପରି ବ୍ୟାଡମିଣ୍ଟନରେ ିଙ୍ଗଲ୍ସ ଫାଇନାଲରେ ସିନ୍ଧୁଙ୍କ ସହ ଚାଇନିଜ ତାଇପେଇର ତାଇ ଜୁ ୟିଙ୍ଗଙ୍କ ମୁକାବିଲା ହେବ । ନବମ ଦିନ ଶେଷ ସୁଦ୍ଧା ଭାରତ ୮ ସ୍ୱର୍ଣ୍ଣ, ୧୩ ରୌପ୍ୟ ଏବଂ ୨୦ ବ୍ରୋଞ୍ଜ ସମେତ ୪୧ଟି ପଦକ ଜିତବାରେ ସମର୍ଥ ହୋଇଛି ।