ହିନ୍ଦୁ ଦେବାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ପୂର୍ବତନ କଂଗ୍ରେସ ବିଧାୟକ ନୀରଜ ଭାରତୀ

ନୂଆଦିଲ୍ଲୀ: ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ପୂର୍ବତନ କଂଗ୍ରେସ ବିଧାୟକ ନୀରଜ ଭାରତୀ ପୁଣି ଥରେ ହିନ୍ଦୁ ଦେବାଦେବୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଅଛନ୍ତି । ଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସେ ନିଜର ଫେସବୁକ୍ ଆକାଉଂଟରେ ଲେଖିଥିଲେ କି, ୩୩ କୋଟି ଦେବୀ ଦେବତା ଯଦି ମିଶି କି ଆମର ସୈନିକଙ୍କୁ ବଂଚାଇପାରିଲେନି । ତେବେ ଏମିତି ଦେବାଦେବୀଙ୍କୁ ଧିକ୍ । ତାଙ୍କର ଏହି ପୋଷ୍ଟକୁ ନେଇ ହିନ୍ଦୁ ସଂଗଠନ ଗୁଡିକ ଇନ୍ଦୋର ପୁଲିସ ଷ୍ଟେସନରେ ନୀରଜ ଭାରତୀଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ସଂଗଠନ ଅଭିଯୋଗ ଆଣିଛି କି, ଭାରତୀ ଫେସବୁକରେ ହିନ୍ଦୁ ଦେବୀ-ଦେବତା ଓ ନିକଟରେ ହୋଇଥିବା ପୁଲୱାମା ଆକ୍ରମଣରେ ସହିଦଙ୍କୁ ନେଇ ଅଶୋଭନୀୟ ଟିପ୍ପଣୀ କରିଛନ୍ତି । ଯେଉଁଥିରେ ନା କେବଳ ସହିଦଙ୍କ ଅପମାନ ହୋଇଛି ବରଂ ହିନ୍ଦୁ ଦେବାଦେବୀଙ୍କ ଉପରେ ଟିପ୍ପଣୀକୁ ନେଇ ହିନ୍ଦୁ ସମାଜ ଆହତ ହୋଇଛି । ଲୋକମାନେ ସାମୁହିକ ଭାବେ ଏହି ବିଷୟରେ ପୁଲିସ ଥାନାରେ ଅଭିଯୋଗ ପତ୍ର ଦେଇ ଏହାକୁ ପ୍ରାଥମିକତା ଦେବାକୁ ଦାବି କରିଛନ୍ତି । ପୁଲିସକୁ ଦିଆଯାଇଥିବା ଅଭିଯୋଗପତ୍ରରେ ଲୋକମାନେ କହିଛନ୍ତି କି, ନୀରଜ ଭାରତୀଙ୍କ ଟିପ୍ପଣୀ ଦ୍ୱାରା ସମାଜକୁ ଭୁଲ୍ ସଂଦେଶ ଯାଉଛି । ପୂର୍ବତନ ସିପିଏସ୍ ସମାଜରେ ଅଶାନ୍ତି ବ୍ୟାପକ କରୁଛନ୍ତି ।