ବୁଲ୍‌ବୁଲ୍‌ ଅଘଟଣ: ଏନ୍‌ଡିଆରଏଫ୍‌ ଟିମ୍ ମୁଖ୍ୟ ଗୁରୁତର

ଭଦ୍ରକ: ଏନ୍‌ଡିଆରଏଫ୍‌ ଟିମ୍ ହେଡ଼୍ ମନୋରଞ୍ଜନ ପ୍ରସାଦଙ୍କ ଅବସ୍ଥା ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମନୋରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ସୂଚନା ମୁତାବକ ,ବାତ୍ୟା ବୁଲ୍‌ବୁଲ୍‌ରେ ଭଦ୍ରକ ନାୟକଣିଡିହ ପୁଲିସ ଷ୍ଟେସନ୍‌ରେ ଗଛ ଭାଙ୍ଗି ପଡିଥିଲା। ଏନ୍‌ଡିଆର୍‌ଏଫ୍ ଟିମ୍ ଆସି ଗଛ ଗୁଡିକ କାଟି ସଫା କରୁଥିବା ବେଳେ ହଠାତ୍ ମନୋରଞ୍ଜନଙ୍କ ମୁଣ୍ଡ ଉପରେ LT ଖୁଣ୍ଟି ଭାଙ୍ଗି ପଡିଥିଲା।

ଆଜି ସଙ୍କଟାପନ୍ନ ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଏନ୍‌ଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ତାଙ୍କର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି।