ବାତ୍ୟା ଫୋନି ମୁକାବିଲା ବିଶ୍ୱସ୍ତରୀୟ-ଏନଡିଏମ

ଭୁବନେଶ୍ୱର : ପ୍ରାକୃତିକ ବିପଯ୍ୟୟର ସଠିକ ପରିଚାଳନା ଓ ପୁନୋରଦ୍ଧାର ଲାଗି ରାଜ୍ୟକୁ ପୁଣି କେନ୍ଦ୍ରର ସାଟିଫିକେଟ । ବାତ୍ୟା ଫୋନିର ପୂର୍ବ ପ୍ରସ୍ତୁତି ସଠିକ ପରିଚାଳନା ଓ ପରବର୍ତ୍ତୀ ସ୍ଥିତି ମୁକାବିଲା ଲାଗି କେନ୍ଦ୍ରୀୟ ଟିମ ଓସଡମା ଓ ରାଜ୍ୟ ସରକାରଙ୍କୁ ସାବାସି ଦେଇଛନ୍ତି । ରାଜ୍ୟ ସରକାରଙ୍କ ବାତ୍ୟା ଫୋନି ପରିଚାଳନା ଓ ପୁନୋରଦ୍ଧାର ବିଶ୍ୱ ସ୍ତରୀୟ ବୋଲି କହିଛନ୍ତି ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ବା ନ୍ୟାସନ ଡିଜାଷ୍ଟାର ମିଟିଗେସନ ଅଥରଟି,ଏନଡିଏମର ସଦସ୍ୟ କମଲ କିଶୋର ।

ବିଧ୍ୱଂସକାରୀ ବାତ୍ୟା ଫାନିର ମୁକାବିଲାରେ ଓଡ଼ିଶାର ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ବିଶ୍ୱସ୍ତରୀୟ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ସଦସ୍ୟ କମଳ କିଶୋର କହିଛନ୍ତି । ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସରକାର ଓ ଏନ୍ଡିଏମ୍ଏ ସମନ୍ୱୟ ବୈଠକରେ ଶ୍ରୀ କିଶୋର ଏହା ପ୍ରକାଶ କରିଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂତନ ର‌୍ୟାଙ୍କ୍ ହାସଲ କରିଛି । ଏହା ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ଅନୁକରଣୀୟ । ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ ଯେ ଫୋନି ପରେ ପରେ ପୁନଃଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯାଇଛି । ଏହି କାର୍ଯ୍ୟରେ ଅନ୍ତର୍ଜାତୀୟସ୍ତରୀୟ ବୈଷୟିକ ସହାୟତା ଯୋଗାଇବା ପାଇଁ ଶ୍ରୀ ପାଢ଼ୀ ଏନ୍ଡିଏମ୍ ଏକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏନ୍ଡିଆର୍ଏଫରୁ ମିଳିଥିବା ୧୦୦୦ କୋଟି ଟଙ୍କାର ବିନିଯୋଗ ହୋଇସାରିଛି । ପୁନଃଥଇଥାନ କାର୍ଯ୍ୟ ପାଇଁ ଏନ୍ଡିଆରଏଫକୁ ୫୨୦୦ କୋଟି ଟଙ୍କାକେନ୍ଦ୍ର ସରକାର ଯଥାଶୀଘ୍ର ଯୋଗାଇ ଦେବାପାଇଁ ଶ୍ରୀ ପାଢ଼ୀ ଅନୁରୋଧ କରିଥିଲେ ।

ସବୁ ଜିଲ୍ଲାକୁ ଆପଦମିତ୍ର କାର୍ଯ୍ୟକ୍ରମ ସଂପ୍ରସାରଣ ହେଉ- ଏସଆରସି


ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆପଦମିତ୍ର ଭାବେ କାମ କରୁଥିବା ପ୍ରଶିକ୍ଷିତ ସ୍ୱଛାସେବୀ ମାନଙ୍କ ଭୂମିକା ଗୁରୁତ୍ୱ ପୂଣ୍ଣ । ଫୋନି ବାତ୍ୟା ସମୟରେ ଏମାନଙ୍କ ଉପଯୋଗିତା ପ୍ରମାଣିତ ହୋଇ ସାରିଛି । ପୁରୀ, ଜଗତସିଂହପୁର ଆଦି ଜିଲ୍ଲାରେ ଏମାନେ ପ୍ରଶଂସନୀୟ କାମ କରିଛନ୍ତି । ତେଣୁ କେନ୍ଦ୍ର ସରକାର ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଏହି କାଯ୍ୟକ୍ରମକୁ ସଂପ୍ରସାରିଦ କରିବାକୁ କେନ୍ତ୍ରୀୟ ଏନଡିଏମ ଟିମ ଆଗରେ ଦାବି ରଖିଛନ୍ତି ଏସଆରସି ବିଷ୍ଣୁ ପଦ ସେଠୀ । କେବଳ ଏତିକି ନୁହେଁ ରାସ୍ତା କଡ଼ ଦୋକାନୀ ଓ ବୁଲାବିକାଳିମାନଙ୍କ ଜୀବିକା ସହାୟତାକୁ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଅନ୍ତର୍ଭୁକ୍ତ କରିବା ପାଇଁ ଏସଆରସି ଶ୍ରୀ ସେଠୀ ଏନଡିଏମଙ୍କୁ ଅନୁରୋଧ କରିଥିଲେ ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ପୁନଃଥଇଥାନ ଓ ପୁନଃନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା । ବାତ୍ୟା ସହନଶୀଳ ଗୃହ ନିର୍ମାଣ, ବିଦ୍ୟୁତ ବଣ୍ଟନ ଭିତ୍ତିଭୂମି, ଟେଲିକମ୍ ଓ ଜୀବିକା ନିର୍ବାହ ସହାୟତା ଆଦି କ୍ଷେତ୍ରରେ ଉଭୟ ରାଜ୍ୟ ସରକାର ଏବଂ ଏନ୍ଡିଏମ୍ଏ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ସ୍ଥିର ହୋଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଜଣାଇଥିଲେ ଯେ ବାତ୍ୟାରେ ପ୍ରାୟ ୧.୩୫ ଲକ୍ଷ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବା ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ୧.୪୦ ଲକ୍ଷ ପକ୍କା ଓ ୨.୭୨ ଲକ୍ଷ କଚ୍ଚାଘର ଆଂଶିକ ଭାବେ ଭାଙ୍ଗିଯାଇଛି । ୭୫୪୭ କୁଡ଼ିଆ ଓ ୧.୧୯ ଲକ୍ଷ ଗୋରୁ ଗୁହାଳ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ପ୍ରାୟ ୧୪,୬୩୧୧ହେକ୍ଟର ଜମିରେ ଶତକଡ଼ା ୩୩ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି । ପ୍ରାୟ ୬,୨୮୧ ଟି ବଡ଼ ଗୃହପାଳିତ ପଶୁ ଏବଂ ୫୩.୨୬ ଲକ୍ଷ କୁକୁଡ଼ା କ୍ଷତିଗ୍ରସ୍ତ ହୋଇଛନ୍ତି । ବିନାଶକାରୀ ବାତ୍ୟା ଯୋଗୁଁ ୭୧,୦୬୦ ପାରମ୍ପରିକ ହସ୍ତଶିଳ୍ପୀ, ୪୨,୮୮୮ ହସ୍ତତନ୍ତ ବୁଣାକାର, ୧୨,୧୩୫ ରେଶମ ଚାଷୀଙ୍କ ଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହାଛଡ଼ା ୬,୪୧୬ଟି ମାଛଧରା ବୋଟ୍ ଏବଂ ୮,୮୨୮ଟି ମାଛଧରା ଜାଲ ନଷ୍ଟ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କ ଜୀବିକା ନିର୍ବାହ ପନ୍ଥା ନଷ୍ଟ ହୋଇଛି । ପ୍ରାୟ ୫୭୩ ଅଣୁ ଓ କ୍ଷୁଦ୍ର ଶିଳ୍ପ ଏବଂ ଲୁଣ ଖଳା ନଷ୍ଟ ହୋଇଛି । ଓଡ଼ିଶା ଲୋକଙ୍କର ଜିବୀକା କୃଷି ଓ ଉଦ୍ୟାନ କୃଷି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି ବୋଲି ଶ୍ରୀ ସେଠୀ କହିଥିଲେ । ରାସ୍ତା କଡ଼ ଦୋକାନୀ ଓ ବୁଲାବିକାଳିମାନଙ୍କ ଜୀବିକା ସହାୟତାକୁ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ସେଠୀ ଏନଡିଏମଙ୍କୁ ଅନୁରୋଧ କରିଥିଲେ ।

ଗତ ୧୧ ତାରିଖରେ ଫାନି ପରବର୍ତ୍ତି ସ୍ଥିତିର ସମୀକ୍ଷା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଏକ ତିନିଜଣିଆ ଟିମ୍ ଓଡ଼ିଶା ଆସିଥିଲେ । ଗତ ମଙ୍ଗଳବାର ସ୍ୱତନ୍ତ୍ର ରିଲିଫ୍କ ମିଶନର ବିଷ୍ଣୁପଦ ସେଠୀଙ୍କ ସହ ଏହି ଟିମ୍ ଆଲୋଚନା କରିଥିଲା । ଏହାପରେ ଏମାନେ ଖୋର୍ଦ୍ଧାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ । ପରେ ଏହି ଦଳ ପୁରୀ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଉନ୍ନୟନ କମିଶନର ଅସୀତ କୁମାର ତ୍ରିପାଠୀ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଏନ୍ଡିଏମ୍ଏ ସଚିବ ପ୍ରଦୀପ କୁମାର, ବରିଷ୍ଠ ପରାମର୍ଶଦାତା ସ୍ୱାତୀ ସୁଲଗ୍ନାଙ୍କ ସମେତ ବହୁ ପଦାଧିକାରୀମ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।