ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ କୁ JSW କିଣିବା ରାସ୍ତା ସଫା

୧୯ ହଜାର ୭୦୦ କୋଟି ଟଙ୍କାରେ ହେବାକୁ ଥିବା କିଣାବିକା କାରବାରକୁ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ-NCLT ଅନୁମତି

ଭୁବନେଶ୍ବର : ଋଣ ଭାରରେ ବୁଡ଼ି ରହିଥିବା ଭୂଷଣ ପାୱାର ଆଣ୍ଡ୍  ଷ୍ଟିଲ୍ ଲିମିଟେଡ୍ କୁ JSW  କିଣିବା ରାସ୍ତା ସଫା ହୋଇଯାଇଛି। ୧୯ ହଜାର ୭୦୦ କୋଟି ଟଙ୍କାରେ ହେବାକୁ ଥିବା ଏହି କିଣାବିକା କାରବାରକୁ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ-NCLT ଅନୁମତି ପ୍ରଦାନ କରିଛନ୍ତି। ତେବେ ଭୂଷଣ ପାୱାର ଓ ଷ୍ଟିଲ୍ ଲିମିଟେଡ୍ BPSL ର ପ୍ରମୋଟରଙ୍କ ବିରୋଧରେ ଚାଲିଥିବା ମାମଲା ଦ୍ବାରା ଏହି କିଣା ବିକା ବିଶେଷ ପ୍ରଭାବିତ ହେବନାହିଁ ବୋଲି NCLT ପକ୍ଷରୁ କୁହାଯାଇଛି। NCLT ଏହି ମାମଲାର ଶୁଣାଣି ଗତ ଏପ୍ରିଲ ମାସରେ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।