ଆଜିଠୁ ନୟାଗଡକୁ ଗଡିବ ସେବା ଏକ୍ସପ୍ରେସ

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା ସହ ନୟାଗଡରେ ରାତି ୮ଟା ୪୫ର ପେହଁଚିବ ।

ଏତତ୍ ବ୍ୟତୀତ ଫେରିବା ରୁଟରେ ଏହା ନୟାଗଡ ଟାଉନଠାରୁ ସକାଳ ୬ଟା ୩୦ ମିନିଟରେ ବାହାରି ଭୁବନେଶ୍ୱରରେ ସକାଳ ୯ଟାରେ ପହଁଚିବ ।

ଏହି ସେବା ଟ୍ରେନ ପାଇଁ ଅନ୍ୟ ସୁବିଧାକୁ ଦେଖି ପୂର୍ବରୁ ନୟାଗଡ-ଖୋର୍ଧା ରୁଟ ଦେଇ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ଗୁଡିକର ସମୟରେ ପରିବର୍ତନ ହୋଇଛି । ଆଜି ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ ମଧ୍ୟରେ ଚଳାଚଳ ହେବାକୁ ଥିବା ବହୁ ପ୍ରତିକ୍ଷୀତ ସେବା ଏକ୍ସପ୍ରେସ ଓ ଆହୁରି ୯ଟି ସେବା ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ ।