କଏଦୀ ଚମ୍ପଟ୍‌ ମାରିବା ଘଟଣା: ୫ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼: ନୟାଗଡ଼ ପୋଲିସକୁ ଚକମା ଦେଇ ବିଚାରାଧୀନ କଏଦୀ ଫେରାର ହୋଇଯିବା ମାମଲାରେ ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଅବହେଳା ଯୋଗୁଁ ହାବିଲଦାରଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୯ ତାରିଖରେ ଖଣ୍ଡପଡ଼ା ଉପକାରାଗାରାରୁ ଫତେଗଡ଼ ଅଞ୍ଚଳର ତପନ ରାଉତ ଫେରାର ହୋଇଯାଇଥିଲା । ସେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା । ନୟାଗଡ଼ ଭାପୁର କୋର୍ଟକୁ ହାଜର କରିବାକୁ ନେବାବେଳେ କୋର୍ଟ ସମ୍ମୁଖରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।