ରେଳ ପରିବହନ ଓ ଯାତ୍ରୀ ଯିବା ଆସିବା ହେବ ସୁଗମ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାରେ ରେଳର ବିକାଶକୁ ସର୍ବଦା ପ୍ରଧାନ୍ୟ ଦେଇ ଆସୁଛନ୍ତି । ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ଗଡଜାତ ନୟାଗଡ ମଧ୍ୟରେ ରେଳ ଯୋଗାଯୋଗ ଓ ଯାତ୍ରୀ ଯିବା ଆସିବାକୁ ସୁଗମ କରିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଭାର ନେବା ପରେ ଓଡିଶା ଭଳି ରାଜ୍ୟକୁ ଅଧିକ ପ୍ରଧାନ୍ୟ ଦିଆଯାଇଛି ।

ପୂର୍ବରୁ ଓଡିଶାକୁ ରେଳ ବଜେଟ୍ ପାଇଁ ୧ ହଜାର କୋଟି ଟଙ୍କା ଦାବୀ କରିବାକୁ ପଡୁଥିଲା । ମାତ୍ର ଗତ ୬ ବର୍ଷରେ ମୋଦିଙ୍କ ସରକାରରେ ମୋଟ ସାଢେ ୬ ହଜାର କୋଟିରୁ ୭ ହଜାର କୋଟି ଟଙ୍କା ରେଳ ଅନୁଦାନ ଓଡିଶାକୁ ଦିଆଯାଇଛି । ବିଗତ ଦିନ ମାନଙ୍କରେ ଓଡିଶାର ବିକାଶ ପାଇଁ ରେଳ ବିଭାଗ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରେଳ ସଂଯୋଗକୁ ସୁନିଶ୍ଚିତ କରିବାରେ ‘ସେବା ସର୍ଭିସ’୍ ଟ୍ରେନ୍ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଯାହା ଓଡିଶାରେ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ ଓ ଯାତାୟତକୁ ସୁଗମ କରିବ । ଏହି ରେଳ ସଂଯୋଗ ଓଡିଶାର ସାଧାରଣ ଲୋକ ତଥା ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଏବଂ ବୋଲଗଡର ଯାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ । ଉଲ୍ଲେଖନୀୟ ଯେ, ଏହି ସେବା ସର୍ଭ ିସ୍ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ ।