ଅଭିଯୁକ୍ତ ସରୋଜ ସେଠୀ ଦେଖାଇଲା ପରୀ ହତ୍ୟାର ଡେମୋ

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ଦେଖାଇଲା  ଡେମୋ । କିଭଳି ନିଷ୍ପାପ ଶିଶୁ ସହିତ ଜଘନ୍ୟ କାଣ୍ଡ ଭିଆଇଥିଲା ସେନେଇ ସରୋଜ ଦେଖାଇଛି ଡେମୋ । ଯାହାକୁ ଜାଣିଲେ ଯେକୌଣସି ବ୍ୟକ୍ତିର ଛାତିଥରି ଉଠିବ ।

ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଏସଆଇଟି ଟିମ୍ ଆଜି ସରୋଜକୁ ଯଦୁପୁର ନେଇ କ୍ରାଇମ ସିନର ରିକ୍ରିଏସନ୍ କରାଯାଇଛି । ସରୋଜ ପରୀକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଘରେ ଡେମୋ ଦେଖାଇଛି । ଜୁଲାଇ ୧୩ରେ କେମିତି ରଚାଯାଇଥିଲା ଏହି ଜଘନ୍ୟ କାଣ୍ଡ ଆଉ ପ୍ରଥମେ ଘର ଭିତରେ ତା’ ସହ କ’ଣ କଲା । କିଭଳି ପରୀ ସହ ଦୁଷ୍କର୍ମ ଉଦ୍ୟମ ଓ ତଣ୍ଟି ଚିପି ହତ୍ୟା କକରିଥିଲା ସେନେଇ ଡେମୋ ଦେଖାଇଛି ସରୋଜ ।ଏହାବ୍ୟତୀତ ପରବର୍ତ୍ତୀ ସମୟରେ କିପରି ମୃତଦେହକୁ ଅଖା ଭିତରେ ପୂରାଇ ପୋଖରୀ ହୁଡାରେ ଫୋପାଡି ଦେଇଥିଲା । ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଘଟଣା ବଖାରିଛି ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ସରୋଜ ସେଠୀ ।

ଉଲ୍ଲେଖଯୋଗ୍ୟ, ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ଲାଗି ହାଇକୋର୍ଟ ଆଜି ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି । ସରୋଜର ରିମାଣ୍ଡ ଅବଧି ସରିଥିବା ଏବଂ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।