୯ ଗାଡ଼ିରେ ନିଆଁ ଲଗାଇଦେଲେ ନକ୍ସଲ

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ରବିବାର ଅପରାହ୍‌ଣରେ ପୁଣି ଥରେ ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି। ନକ୍ସଲମାନେ ୯ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନକ୍ସଲମାନେ ନିଆଁ ଲଗାଇଥିବା ଗାଡ଼ିମାନଙ୍କ ମଧ୍ୟରେ ୪ଟି ଟ୍ରାକ୍ଟର, ଗୋଟିଏ ଜେସିବି, ଗୋଟିଏ ବାଇକ ସାମିଲ ହୋଇଯାଇଛି। ନିଆଁ ଲଗାଯାଇଥିବା ଗାଡ଼ିଗୁଡ଼ିକ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଏହି ଘଟଣା ସୃଷ୍ଟି କରିବା ପାଇଁ ପ୍ରାୟ ଶତାଧିକ ମାଓବାଦୀ ନିଜର ବେଶରେ ଆସିଥିଲେ। ସାନଡୋଙ୍ଗର-ମଡୋନାର ସଡ଼କ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ, ମାଓବାଦୀମାନେ ନିଆଁ ଲଗାଇଥିଲେ।

କୁହାଯାଉଛି ଯେ, ନକ୍ସଲମାନେ ନିର୍ମାଣ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ସାନଡୋଙ୍ଗରେ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ବିକାଶମୂଳକ କାମ ବନ୍ଦ କରିବାକୁ ମାଓବାଦୀମାନେ ଏଭଳି କାଣ୍ଡ କରିଛନ୍ତି।