ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ

ରାଞ୍ଚି: ଓଡିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଗୁମଲା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଦୁଇଟି ଏକେ ୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଅଞ୍ଚଳରେ ନକ୍ସଲ ଗତିବିଧି ନେଇ ଗୁଇନ୍ଦା ଖବର ମିଳିବା ପରେ ଝାଡ଼ଖଣ୍ଡ ପୁଲିସ ଓ ୨୦୯ କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଗତ ଜାନୁଆରୀରେ ଏନକାଉଣ୍ଟରରେ ୫ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କଠାରୁ ୫ଟି ପିସ୍ତଲ ସହ ଗୋଟିଏ ଏକେ ୪୭ ଜବତ ହୋଇଥିଲା।