ଲାଲବାହିନୀଙ୍କ ଲାଲ ଆତଙ୍କ; ପୋଡ଼ିଦେଲେ ୬ ଗାଡ଼ି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲ ଉତ୍ପାତ ମଚାଇଥିବାର ସୂଚନା ମିଳିଛି। ରାସ୍ତା କାମ ଚାଲିଥିବା ବେଳେ ସଶସ୍ତ୍ର ନକ୍ସଲ ପହଞ୍ଚି ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି।

ସୁକମା ଜିଲ୍ଲାର କୁକନର ଥାନା ଅନ୍ତର୍ଗତ କୋତଣାଗର ଅଞ୍ଚଳରେ ରାସ୍ତା କାମ ଚାଲିଛି। ନକ୍ସଲ ଏହି ରାସ୍ତା କାମକୁ ବିରୋଧ କରି ଆସୁଥିଲେ। କିନ୍ତୁ ରାସ୍ତା କାମ ଜୋରସୋରରେ ଚାଲିଥିଲା। ରାସ୍ତା କାମ ଚାଲିଥିବା ଜାଣିବା ପରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ନକ୍ସଲ ରାସ୍ତା କାମ ନିକଟରେ ପହଞ୍ଚି କାମରେ ନିୟୋଜିତ ଥିବା ୬ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ପୁଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।