ନକ୍ସଲ-ପୋଲିସ ମୁହାଁମୁହିଁ; ୭ ନକ୍ସଲ ମୃତ

ଛତିଶଗଡ ନାରାୟଣପୁର ଜିଲ୍ଲାର ନକ୍ସଲ-ପୋଲିସ ମୁହାଁମୁହିଁ । ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡାରେ ପୋଲିସ ନକ୍ସଲଙ୍କୁ ଘେରି ରହିଛନ୍ତି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଯେଉଁଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ନାରାୟଣପୁର ଜିଲ୍ଲାର ଆଗୁଝମାଡ଼ ହେଉଛି ବିଜପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଏବଂ ଏଠାରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ କ୍ରମାଗତ ଭାବରେ ସୂଚନା ପାଇଥିଲା, ଏହା ପରେ ଗୁରୁବାର ସକାଳେ ITBP, STF, DRG ଏବଂ ବସ୍ତର ବାଟାଲିୟନ ସମେତ ତିନୋଟି ଜିଲ୍ଲାର ବାହିନୀ କର୍ମଚାରୀମାନେ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ।

୨ ଘଣ୍ଟା ଗୁଳିମିନିୟ ପରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଥିଲା । ଘଟଣାସ୍ଥଳରୁ ୫ଟି ଅଟୋମେଟିକ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଏହି ଅଞ୍ଚଳରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ଠୋସ୍ ସୂଚନା ପାଇବା ମାତ୍ରେ ଗୁରୁବାର ସକାଳେ ଏକ ଅପରେସନ୍ ଆରମ୍ଭ ହୋଇଥିଲା । ଏଠାରେ ୫୦ରୁ ୬୦ ନକ୍ସଲଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା ।