ଗୋଟିଏ ଲଞ୍ଚ ଛାଡିଲେ: ଏବେ ବି ଅନ୍ୟ ୩ଟି ଲଞ୍ଚ ନକ୍ସଲ କବଜାରେ

ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନାଗିରି ଜିଲା ଚିତ୍ରକୋଣ୍ଡାରେ ପୁଣି ନକ୍ସଲମାନେ ନିଜର ସ୍ଥିତି ଜାହିର କରିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନକ୍ସଲମାନେ ଦୁଇ ଦିନ ହେଲା ସ୍ବାଭିମାନ ଅଞ୍ଚଳରେ ୪ଟି ମୋଟର ଲଞ୍ଚ ଅଟକ ରଖିଥିବା ବେଳେ ଶୁକ୍ରବାର ଗୋଟିଏ ଲଞ୍ଚକୁ ଛାଡିଛନ୍ତି ।

ସୂଚନାଯୋଗ୍ୟ, ଗତ ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ନକ୍ସଲମାନେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଦିନ ୨ଟି ଲଞ୍ଚ ଅଟକ ରଖିଥିଲେ । ପରେ ଗତକାଲି ମଧ୍ୟ ଅନ୍ୟ ଦୁଇଟି ଲଞ୍ଚ ଅଟକ ରଖିଛନ୍ତି । ଏହା ସହ ୪ଟି ମୋଟର ଲଞ୍ଚରେ ଥିବା ୭ରୁ ୮ ଜଣ କର୍ମଚାରୀଙ୍କୁ ମଧ୍ୟ ନକ୍ସଲ ଅଟକ ଥିଲେ । ନିର୍ବାଚନ ଶେଷ ପର୍ଯ୍ୟନ୍ତ ନକ୍ସଲଙ୍କ ଏଭଳି କାର୍ଯ୍ୟ ଲାଗି ରହିବ ବୋଲି ଅନୁମାନ କରାଯାଉଛି । ଏହି ଲଞ୍ଚଗୁଡିକ କୁନ୍ତୁରପଦର-ଯୋଡ଼ାଆମ୍ବ-ପଣସପୁଟକୁ ଯୋଗାଯୋଗର ମାଧ୍ୟମ ବୋଲି ସ୍ଥାନୀୟଲୋକେ କହିଛନ୍ତି ।