ହିଞ୍ଜିଳିରେ ନବୀନଙ୍କ ବିପକ୍ଷରେ ଲଢ଼ିବେ ପୀତାମ୍ବର

ଭୁବନେଶ୍ୱର: ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ନା କରିବେ ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ଉପସଭାପତି ପୀତାମ୍ବର ଆଚାର୍ଯ୍ୟ । ଚତୁର୍ଥ ପର୍ଯ୍ୟାୟ ତାଲିକାରେ ହିଞ୍ଜିଳି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ପୀତାମ୍ବର ଆଚାର୍ଯ୍ୟଙ୍କୁ ନବୀନଙ୍କ ବିରୋଧରେ ଛିଡ଼ା କରିଛି କଂଗ୍ରେସ । ନବୀନଙ୍କ ଗଡ଼ରେ ପୀତାମ୍ବର ଆଚାର୍ଯ୍ୟଙ୍କ ଉପରେ ଭରସା କରିଛି ବିଜେପି ।  ବିଜେଡିର ଗଡ଼ କୁହାଯାଉଥିବା ହିଞ୍ଜିଳିରେ ପତାମ୍ବରଙ୍କ ଭଳି ପ୍ରାର୍ଥୀ ଦେଇ ବିଜେପି କଡା ଟକ୍କର ଲାଗି ଯୋଜନା କରିଛି ।  ଅନେକ ଆଲୋଚନା ପରେ ଏହି ନାଁ ଘୋଷଣା ହୋଇଥିବା କଥା ସ୍ପଷ୍ଟ ହେଉଛି । ଏଇଠି ପ୍ରଶ୍ନ ଉଠୁଛି ହିଞ୍ଜିଳିରେ ନବୀନଙ୍କ ଲୋକପ୍ରିୟତା ଆଗରେ ଛିଡ଼ା ହୋଇପାରିବେ ତ ପୀତାମ୍ବର । ହିଜିଂଳି ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ହିଂଜିଳି ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ପୀତାମ୍ବର ବିଜେପିରୁ ଲଢିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି ପୀତାମ୍ବର ଆଚାର୍ଯ୍ୟ । ପୂର୍ବରୁ ସେ କଟକରୁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଶେଷରେ ତାଙ୍କୁ ହିଂଜିଳିରୁ ପ୍ରାର୍ଥୀ କରିଛି ବିଜେପି । ଗତ ନିର୍ବାଚନରେ ଏହି ବିଧାନସଭା ଆସନରୁ ନବୀନ ୮୯ ହଜାର ୨୬୭ ଭୋଟ ପାଇଥିବା ବେଳେ ତାଙ୍କ ବିପକ୍ଷରେ ଛିଡା ହୋଇଥିବା କଂଗ୍ରେସ ପ୍ରାର୍ଥୀ ଶିବରାମ ପାତ୍ର ୧୨ ହଜାର ୬୮୧ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ୧୨ ହଜାର ୨୮୩ ଭୋଟ ପାଇଥିଲେ ।