ସହିଦ୍ ପରିବାରଙ୍କୁ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ୨ ଓଡ଼ିଆ ଯବାନଙ୍କ ପାର୍ôଥବ ଶରୀର ପହଂଚିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ୍ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାର ଘୋଷଣା କରିଛନ୍ତି । ଏହାପୂର୍ବରୁ ସହିଦ୍ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଯିବାନେଇ ଘୋଷଣା କରିଥିଲେ । ମାତ୍ର ସହିଦ୍ ପରିବାରଙ୍କୁ ମିଳିଥିବା ସହାୟତା ରାଶି ବୃଦ୍ଧି କରିବା ପାଇଁ ଦାବି ହେବାରୁ ମୁଖ୍ୟମନ୍ତ୍ରୀ ଏହାର ପରିମାଣ ବୃଦ୍ଧି କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି ଯେ, ସହିଦ୍ଙ୍କ ପିଲାମାନଙ୍କର ପାଠପଢ଼ାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କରିବେ । ସହିଦ୍ଙ୍କ ଗ୍ରାମକୁ ଆଦର୍ଶ ପଚାଂୟତର ମାନ୍ୟତା ମିଳିବା ସହ ସେମାନଙ୍କ ନାମରେ ଗାଁରେ ବିଦ୍ୟାଳୟ ଖୋଲାଯିବ ବୋଲି ଘୋଷଣା କରିଛନ୍ତି ।