ବରଗଡ଼ରେ ମୁଖ୍ୟମନ୍ତ୍ରୀ: କିଷାନ ଯୋଜନା ଆଡରେ କେନ୍ଦ୍ରକୁ ଟାର୍ଗେଟ କଲେ

ବରଗଡ଼: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଯାଇଛନ୍ତି । ସେଠାରେ ୫୧୫କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦ୍ଘାଟନ ସହ ୧୪୯୫ କୋଟିରୁ ଊଦ୍ଧ୍ୱର୍ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଇଚ୍ଛାପାଲିଠାରେ ବିଶାଳ ଚାଷୀ ସମାବେଶରେ ଯୋଗ ଦେଇ ୧୪ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତିଚାଳ୍ରିଆ ଚାଷୀ ସମାବେଶରେ ଯୋଗ ଦେଇ କିଷାନ ଯୋଜନା ଆଡରେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ କିଛି ସୁବିଧା ନାହିଁ କହିବା ସହ ଚାଷୀଙ୍କୁ ବାର୍ଷିକ ୬ ହଜାର ନୁହେଁ ୧୦ ହଜାର ଟଙ୍କା ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ବୋଲି କହିଛନ୍ତି। ଏଥିସହ ସେ କିଷାନ ଯୋଜନଠାରୁ କାଳିଆ ଯୋଜନା ଭଲ ବୋଲି ସେ ମତ ଦେଇଛନ୍ତି। ‘ଆଜି କାଳିଆ ଯୋଜନାରେ ୧୪ଲକ୍ଷ ଚାଷୀଙ୍କୁ ୭୦୦ କୋଟି ଟଙ୍କା ମିଳିବ? ଆପଣମାନେ ଖୁସୀ ତ?’ ଏହି ବକ୍ତବ୍ୟରୁ ମୁଖ୍ୟମନ୍ତ୍ରୀ ଚାଷୀ ସମାବେଶରେ ତାଙ୍କର ଉଦ୍‌ବୋଧନ ଆରମ୍ଭ କରିଥିଲେ। ଏହା ପରେ ବି ମୁଁ ବି ବହୁତ ‘ଖୁସୀ’ ବୋଲି କହି ଅଭିଭାଷଣ ଜାରି ରଖି ଆଗରୁ ୧୬ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ମିଳିଛି ଓ ଆଜି ୧୪ ଲକ୍ଷ ଚାଷୀଙ୍କୁ ଅର୍ଥ ମିଳିଲା।କାଳିଆ ଯୋଜନା ହେଉଛି ଆପଣମାନଙ୍କ ଯୋଜନା, ଯେମିତି ଜଣେ ହେଲେ ଚାଷୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ମୁଁ ତା’ଉପରେ ନଜର ରଖିଛି ବୋଲି କହିଥିଲେ। ଚାଷୀମାନେ ତାଙ୍କର ପିଲାମାନଙ୍କୁ ପାଠପଢାଇ ଡାକ୍ତର ଇଂଜିନିୟର କରନ୍ତୁ। ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ବୋଲି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ସେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଥିବା ବନ୍ଦ ବିଷୟ ନିଜ ଭାଷଣରେ ଉଲ୍ଲେଖ କରିବା ସହ କାଳିଆ ଯୋଜନା ବନ୍ଦ ହେବ ନାହିଁ ବୋଲି ଘୋଷଣା କରିଥିଲେ।