ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ, ଶିଳାନ୍ୟାସ

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଯାଜପୁର ଗସ୍ତ କରି ବିଞ୍ଝାରପୁରରେ ପହଂଚିଥିଲେ । ସେଠାରେ ୩୮କୋଟି ଟଙ୍କାର ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । କାଳିଆ ଯୋଜନାରୁ ଚାଷୀ ଲାଭ ପାଉଛନ୍ତି । ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇଦିଆଯାଉଛି । ଭୂମିହୀନ, କ୍ଷୁଦ୍ର ଚାଷୀ ସମସ୍ତେ ଏହି ଯୋଜନାରୁ ଉପକୃତ ହେଉଛନ୍ତି ବୋଲି ବିଝାଂରପୁର ସମାବେଶରେ କହିଛନ୍ତି ନବୀନ । ଏହାପରେ ଧର୍ମଶାଳା ବ୍ଳକକୁ ଯାଇ ସେଠାରେ ୪୫୭ କୋଟିର ୨୪୫ଟି ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ୨୩କୋଟି ୭୦ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ଦଶରଥପୁର ବ୍ଲକ୍ରେ ୪ କୋଟିର ୨ଟି ପ୍ରକଳ୍ପର ଶୁଭାରମ୍ଭ ଏବଂ ୯୬ କୋଟି ୩୭ ଟଙ୍କାର ୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।