‘ଓଡ଼ିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ ସେଂଟର’ର ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଭୁବନେଶ୍ୱର ଅଦୂରବର୍ତିୀ ବାରଙ୍ଗ ରତାଗଡ଼ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ‘ଓଡ଼ିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ ସେଂଟର’ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଟାଟା ଟ୍ରଷ୍ଟ ସହଯୋଗରେ ଏହି ହସ୍ପିଟାଲ ନିର୍ମାଣ କରାଯବ । ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ହସ୍ପିଟାଲ ପାଇଁ ରାଜ୍ୟସରକାର ୨୫ଏକର ଜମି ଯୋଗାଇଦେବେ । ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତୃହରି ମହତାବ, ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟା,ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।