ଝାରସୁଗୁଡ଼ା ବିମାନ ବନ୍ଦର : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନ ବନ୍ଦର ନାମକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବା କଥା। ଏସଂପର୍କରେ ଭାରତ ସରକାର ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି। ଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଆଘାତ ଲାଗିଛି।

ନବୀନ ପଟ୍ଟନାୟକ କହିଛନ୍ତି, ବିମାନ ବନ୍ଦରରୁ ଅକ୍ଟୋବର ୬ରୁ ଏୟାର ଓଡ଼ିଶାର ବିମାନ ଉଡି ନାହିଁ। ଭୁବନେଶ୍ୱର-ନୂଆଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଝାରସୁଗୁଡ଼ା ଦେଇ ଉଡାଣ କରୁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡାଣ ଯୋଜାନା ଜାରି ରଖୁ। ଉଡାଣ ସମେତ ବାଣିଜ୍ୟିକ ବିମାନ ଉଡାଇବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।