ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ଜନଗଣନା ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଛି। ଯେହେତୁ COVID-19 କୁ ମୁକାବିଲା କରୁଛି ସାରା ଦେଶ ତେଣୁ ଏହାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି।

ଏପ୍ରେଲ ପହିଲାରୁ ସେପ୍ଟେମ୍ବର ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଜନଗଣନା ହେବ। ଆରମ୍ଭର ୪୫ ଦିନ ମଧ୍ୟରେ ହାଉସିଂ ତାଲିକା, ଘର ଗଣନା, ଏନପିଆର ଅପଡେଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ କର୍ମଚାରୀ ଜନଗଣନାରେ ସାମିଲ ହେବେ। କୋରୋନା ଆଇନ ଫିଲଡ଼ରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ଓ ସାଧାରଣ ଲୋକଙ୍କ ପ୍ରତି ରିସ୍କ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେଣୁ ଏହା ଉପରେ ବିଚାର କରି ନିଷ୍ପତି ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ କନ୍ଫରେନ୍ସିଂ ରହିଛି। ତେବେ ଏହି ସମୟରେ ନବୀନ ଏହି ପ୍ରସଙ୍ଗ ଉଠାଇପାରନ୍ତି।