କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଡକ୍ଟର ଅଜୟ କୁମାର; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପୁସ୍ତକ ପାଇଁ ୨୦୧୯ର କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଅନୁବାଦକ ଡକ୍ଟର ଅଜୟ କୁମାର ପଟ୍ଟନାୟକ। ଏହି ପୁସ୍ତକରେ ରାଜା ରାଧିକାରମଣ ପ୍ରସାଦ ସିଂହ, ପ୍ରେମଚନ୍ଦ, ୟଶପାଲଙ୍କଠାରୁ ଭୀଷ୍ମ ସାହାଣୀଙ୍କ ପର୍ଯ୍ୟନ୍ତ ୨୫ ଜଣ ବିଶିଷ୍ଟ ହିନ୍ଦୀ ଲେଖକଙ୍କ ପ୍ରତିନିଧିମୂଳକ ହିନ୍ଦୀ ଗଳ୍ପର ଓଡ଼ିଆ ଅନୁବାଦ ସଙ୍କଳିତ ହୋଇଛି। ଏନେଇ ଡକ୍ଟର ଅଜୟ କୁମାର ପଟ୍ଟନାୟକଙ୍କ ଏହି କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି |

ନବୀନ ଟ୍ୱିଟ କରି ଲେଖିଛନ୍ତି ଯେ ଅନୁବାଦ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗୌରବର ବିଷୟ। ତାଙ୍କର ସାହିତ୍ୟ ସୃଷ୍ଟି ଗୁଡିକ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି ଯେ ଓଡ଼ିଆ ଭାଷାରେ ଅନୁବାଦିତ “ଶ୍ରେଷ୍ଠ ହିନ୍ଦୀ ଗଳ୍ପ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାକୁ ଯୋଗ୍ୟବିବେଚିତ ହୋଇଥିବା ବିଶିଷ୍ଟ ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକଙ୍କୁ ଅଭିନନ୍ଦନ ।

ଅନୁବାଦ ପୁରସ୍କାର ପାଇବା ସମ୍ପର୍କରେ ‌ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ଅନେକ ବଡ଼ ପୁରସ୍କାର ପାଇଥିଲେ ମଧ୍ୟ ସାହିତ୍ୟ ଅକାଦେମି ପୁରସ୍କାର ପାଇ ନ ଥିବାରୁ ମୋ ମନରେ ଗୋଟେ ଅବସୋସ ଥିଲା।