କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲଙ୍କ ବିଜୟ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍ ର ବିଜୟ ହୋଇଛି । ତେବେ ଦଳ ବହୁମତ ହାସଲ କରିଥିବା ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କେଜ୍ରିୱାଲ । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଜ୍ରିୱାଲ ଓ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ନବୀନ ଟ୍ୱିଟ କରି ଲେଖିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ପାଇଥିବାରୁ ଅରବିନ୍ଦ କେଜ୍ରିୱାଲ ଓ ଆମ ଆଦମୀ ପାର୍ଟିକୁ ସେ ଅଭିନନ୍ଦନ ଜଣାଉଛନ୍ତି | ଆଗାମୀ ସଫଳ କାର୍ଯ୍ୟକାଳ ପାଇଁ ନବୀନ ଶୁଭକାମନା ଜଣାଇଛନ୍ତି |

ଏଠାରେ ସୂଚନା ଥାଉ କି ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ନଥିଲେ ସୁଦ୍ଧା ଭୋଟ ଗଣତିର ଟ୍ରେଣ୍ଡ ଆଧାରରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସ୍ପଷ୍ଟ ହୋଇ ଯାଇଛି। ସଦ୍ୟତମ ସୂଚନା ଅନୁଯାୟୀ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆପ୍‌ ୬୦ଟି ଆସନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଠାରୁ ଯଥେଷ୍ଟ ଆଗରେ ରହିଛି।