ନବୀନ ପାଳିବେନି ନୂଆବର୍ଷ; ଶୁଭେଚ୍ଛୁଙ୍କୁ ନବୀନ ନିବାସ ନ ଆସିବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳିବେ ନାହିଁ । ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ କାରଣରୁ ମୁଖ୍ୟମନ୍ତ୍ରୀ ଶୋକ ପାଳନ କରୁଛନ୍ତି । ଏହି କାରଣରୁ ଆସନ୍ତାକାଲି ନୂଆବର୍ଷ ପାଳନ ନ କରିବା ସହ ଶୁଭେଚ୍ଛୁୁ ମାନଙ୍କୁ ନବୀନ ନିବାସ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ।

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ସୋନି ମେହେଟାଙ୍କର ଗତକାଲି ପରଲୋକ ଘଟିଛି  ।