ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ: ପ୍ରଥମ ଦିନରେ ବର୍ଷିଲେ

ବ୍ରହ୍ମପୁର :ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଆସନ୍ତା ୧୧ ଏପ୍ରିଲରେ ହେବାକୁ ଥିବା ବେଳେ ଆଜି ବ୍ରହ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଓ ଏହା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକ ପାଇଁ ଆସନ୍ତା ୧୧ ତାରିଖରେ ଭୋଟ ହେବାକୁ ଥିବା ବେଳେ ନବୀନ ନିଜ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ।କନିଷିରେ ନିର୍ବାଚନ ସଭାରେ ଯୋଗ ଦେବା ପରେ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖର ସାହୁଙ୍କ ସମେତ ଦଳୀୟ ବିଧାୟକ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ସୁପ୍ରିମୋ । ଫାଇଲିନ, ହୁଡହୁଡ, ତିତିଲି ବେଳେ ଆସିଲେ ନାହିଁ କିନ୍ତୁ ଭୋଟବେଳକୁ ଚାଲି ଆସିଲେ । ବିଜେପିର ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ର ସରକାର ନିଯୁକ୍ତିକୁ ନେଇ ଦେଇଥିବା ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ ପଚାରିଛନ୍ତି ନବୀନ । କେନ୍ଦ୍ର ସରକାରଙ୍କ ୧୦ କୋଟି ଚାକିରିର ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ ପଚାରିଛନ୍ତି ନବୀନ । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାହିିଁକ ସାହାର୍ଯ୍ୟ କରିବା ପରିବର୍ତ୍ତେ ରାଜ୍ୟକୁ ଅଣଦେଖା କରାଯାଉଛି । କାହିଁକି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡିଶାକୁ ସାହାର୍ଯ୍ୟ ମିଳୁନାହିଁ ତାହାକୁ ନେଇ କେନ୍ଦ୍ର ସରକାରଙ୍କୁ ତେରଛା ବାଣ ମାରିଛନ୍ତି ନବୀନ ।

ନିର୍ବାଚନ ବେଳେ ସମସ୍ତେ ବଡ ବଡ କଥା କହିବେ କିନ୍ତୁ ନିର୍ବାଚନ ସରିବା ପରେ କାହାର ଦେଖା ମିଳିବ ନାହିଁ କହିବା ସହ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ । କିନ୍ତୁ ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ସହ ରହିଛି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ତେଣୁ ନିର୍ବାଚନରେ ଚାଷୀ ହିଁ ବିରୋଧୀଙ୍କୁ କଡା ଜବାବ ଦେବେ ବୋଲି କହିଛନ୍ତି ନବୀନ । ଏହାସହ ତାଙ୍କୁ ପୁଣିଥରେ ଆର୍ଶୀବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରକୁ ନିବେଦନ କରିଛନ୍ତି । କନିଷି ନିର୍ବାଚନ ସଭା ପରେ ନବୀନ ପ୍ରାୟ ୬୦ କିମି ରୋଡ ସୋ କରିବେ । ପରେ ଛତ୍ରପୁରରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । କନିଷି ସାଧାରଣ ସଭାରେ ନବୀନଙ୍କ ଟିକିଏ ଝଲକ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ କର୍ମୀ ମାନେ ଏକାଠି ହୋଇଥିଲେ ।