ଦେହରେ ଶେଷବିନ୍ଦୁ ଥିବା ଯାଏଁ ଓଡିଶାବାସୀଙ୍କ ସେବା କରିବି: ନବୀନ

ଅନୁଗୁଳ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର ଗସ୍ତ କରି ଘଂଟପଡା ହାଇସ୍କୁଲ ସାମ୍ନା ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେଠାରେ ଯୋଗ ଦେଇ କାଳିଆ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ଯୋଗାଇ ଦେବା ପାଇଁ କହିଥିଲେ । ଏଥିସହିତ ଲୋକମାନଙ୍କର ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ମୋ ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଓଡ଼ିଶାବାସୀଙ୍କର ସେବା କରିବି ବୋଲି ମଧ୍ୟ କହିଥିଲେ । ତତ୍ ସହିତ ତାଳଚେର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ଏବଂ ଢ଼େଙ୍କାନାଳ ସାଂସଦ ପ୍ରାର୍ଥୀ ମହେଶ ସାହୁଙ୍କୁ ଶଙ୍ଖ ଜିହ୍ନରେ ଭୋଟ ଦେଇ ଜିତାଇବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ । ପରେ ପରେ ସେ ପାଲଲହଡା ନିର୍ବାଚନୀ ମଣ୍ଡଳୀର ରେଙ୍ଗାଳି, ଛେଣ୍ଡିପଦା ନିର୍ବାଚନୀ ମଣ୍ଡଳୀ ଏବଂ ଆଠମଲ୍ଲିକ ନିର୍ବାଚନୀ ମଣ୍ଡଳୀକୁ ଗସ୍ତ କରି ଭୋଟ ମାଗିଥିଲେ ।