ଆସନ୍ତା ୧୭ରେ ପାଟକୁରା ଗସ୍ତ କରିବେ ନବୀନ!

ଭୁବନେଶ୍ୱର: ଆଗକୁ ରହିଛି ପାଟକୁରା ନିର୍ବାଚନ । ପାଟକୁରା ଆସନକୁ ହାସଲ କରିବାକୁ ବିଜେଡ଼ି ପକ୍ଷରୁ ଜୋରଦାର କସରତ ଚାଲିଛି । ଆସନ୍ତ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା...

ଭୁବନେଶ୍ୱର: ଆଗକୁ ରହିଛି ପାଟକୁରା ନିର୍ବାଚନ । ପାଟକୁରା ଆସନକୁ ହାସଲ କରିବାକୁ ବିଜେଡ଼ି ପକ୍ଷରୁ ଜୋରଦାର କସରତ ଚାଲିଛି । ଆସନ୍ତ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।

ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ମତଦାନ ହୋଇ ୨୪ରେ ଫଳାଫଳ ଆସିବ । ତେବେ ସେଇ ଆସନ କାହା ହାତକୁ ଯିବ ସେନେଇ ବିଭିନ୍ନ ଦଳ ପକ୍ଷରୁ ନୂତନ ରଣନୀତି କରାଯାଇଛି । ଆସନ୍ତ ୧୭ତାରିଖରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ନବୀନ ପଟ୍ଟନାୟକ ପାଟକୁରାରେ ରୋଡ଼ ଶୋ କରିବେ । ନବୀନଙ୍କ ପାଟକୁରା ଗସ୍ତ ପାଇଁ ୧୭ତାରିଖ ଆପାତତଃ ସ୍ଥିର ହୋଇଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ଏହା ସହ ପାଟକୁରାରେ ବିଜେଡ଼ି ଜିତିବ ବୋଲି ମଧ୍ୟ ସେ କହିଛନ୍ତି ।

ନିକଟରେ ପାଟକୁରା ନିର୍ବାଚନ ଦେଇ ବିଜେଡ଼ି ପକ୍ଷରୁ ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତ୍ରଣା ଦେଇଥିଲେ ।

Spread the love
Categories
ପଲିଟିକ୍ସ

RELATED BY